Latest Odisha News

ଅଲିମ୍ପିକ ଚାମ୍ପିୟନ ନଦୀରେ ହଜେଇ ଦେଲେ ବିବାହ ବେଳର ମୁଦି

ପ୍ୟାରିସ: ପ୍ରେମ କରିବ, ବିବାହ କରିବ ଏବଂ ଶେଷର ବିବାହ ବେଳର ମୁଦିକୁ ନଦୀରେ ହଜେଇଦେବ । ହଁ ଏ ଭଳି ଏକ ଘଟଣା ପ୍ୟାରିସ ଅଲିମ୍ପିକ୍ସରେ ଦେଖିବାକୁ ମିିଳିଛି । ଇଟାଲୀର ଅଲିମ୍ପିକ ଚାମ୍ପିୟନ (ହାଇଜମ୍ପ) ଜିୟାନମାର୍କୋ ଟେମ୍ବୋରୀ ଏ ଭଳି ମାରାତ୍ମକ ଭୁଲ କରଛନ୍ତି । ସେନ ନଦୀରେ ଅଲିମ୍ପିକ ଉଦଘାଟନୀ ଉତ୍ସବରେ ତାଙ୍କ ମୁଦି ନଦୀରେ ପଡି ଯାଇଥିଲା । ପରେ ସେ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଥିଲେ । ପରେ ସେ ମଜାରେ କହିଛନ୍ତି, ଅବଶ୍ୟ ପ୍ରେମର ସହରର ନଦୀ କୂଳରେ ଆମ ମୁଦି ସର୍ବଦା ସାକ୍ଷୀ ହୋଇ ରହିବ । ମୁଁ ତୁମ ସହିତ ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ ପତ୍ନୀଙ୍କୁ କହିଛନ୍ତି ।

ପତ୍ନୀ ମଧ୍ୟ ଏହାର ଜବାବରେ ଲେଖିଛନ୍ତି ଭୁଲ କରି ପୁଣି ଏହାକୁ ରୋମାଂଟିକ କରିପାରିବା କଳା କେବଳ ତୁମକୁ ଜଣା । ଅଲିମ୍ପିକ୍ସରେ ବଡ ସୁନା ନେଇ କରି ଆସିଲେ ଆମ ସମସ୍ୟାର ସମାଧାନ ହୋଇଯିବ ବୋଲି ଟେମ୍ବୋରୀ କହିଛନ୍ତି । ସୂଚନାଯୋଗ୍ୟ, ଏଥର ଅଲିମ୍ପିକ୍ସ ଉଦଘାଟନ ଉତ୍ସବ ପ୍ରଥମ ଥର ପାଇଁ ନଦୀ କୂଳରେ ଆୟୋଜିତ କରାଯାଇଥିଲା ।

Comments are closed.