Latest Odisha News

BREAKING NEWS

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ସୂର୍ଯ୍ୟକୁମାର

ପାଲ୍ଲୀକେଲ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ପ୍ରଥମ ଟି୨୦ରେ ଘରୋଇ ଦଳକୁ ହରାଇ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଭାରତ ୪୩ ରନରେ ଜିିତିଥିଲା । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ ଅବସରରେ ବିରାଟ କୋହଲିଙ୍କ ଏକ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଆନ୍ତର୍ଜାତୀୟ ଟି୨୦ରେ ବିରାଟ ସର୍ବାଧିକ ଥର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେ ୧୨୫ ଆନ୍ତର୍ଜାତୀୟ ଟି୨୦ରେ ୧୬ ଥର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସୂର୍ଯ୍ୟକୁମାର ମାତ୍ର ୬୯ ମ୍ୟାଚରେ ଏହି ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ତାଙ୍କ ପଛକୁ ସିକନ୍ଦର ରାଜା (୧୫), ମହମ୍ମଦ ନବୀ(୧୪), ରୋହିତ ଶର୍ମା (୧୪) ଓ ବୀରେନଦୀପ ସିଂ ୧୪ ଥର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । କୋହଲି ଓ ରୋହିତ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଥିବାରୁ ଏହି ରେକର୍ଡ ବଜାୟ ରଖିବା ପାଇଁ ସୂର୍ଯ୍ୟକୁମାରଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି । ପ୍ରଥମ ଟି୨୦ରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୨୧୩ ରନ କରିଥିଲା । ଜବାବରେ ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ ରନ କରିବାକୁ ସକ୍ଷମ ହୋଇଥିଲା ।

Comments are closed.