Latest Odisha News

BREAKING NEWS

ମେଡାଲ୍ ହାତେଇବାରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ ବବୁତା

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ସୋମବାର ଦିନ ସୁଟିଂରେ ଭାରତର ପଦକ ପାଇବା ଆଶା ମଉଳି ଯାଇଛି।

ଭାରତର ଅର୍ଜୁନ ବବୁତା ପୁରୁଷ ୧୦ମିଟର ଏୟାର ରାଇଫଲରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଅର୍ଜୁନ କ୍ରମାଗତ ଭାବରେ ଟପ୍ -୩ ରେ ରହିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ସେ ନିଜର ଲକ୍ଷ୍ଯ ହାସଲ କରିପାରିଲେ ନାହିଁ। ଯାହା ଫଳରେ ଭାରତର ପଦକ ଆଶା ମଉଳି ଯାଇଛି।

ତେବେ ସୁଟିଂରେ ଭାରତ ଗୋଟିଏ ପଦକ ପାଇସାରିଛି। ରବିବାର ଦିନ ମହିଳା ସୁଟର ମନୁ ଭାକର ବ୍ରୋଞ୍ଜ ପଦକ ଜିତିଥିଲେ। ସେ ହେଉଛନ୍ତି ପ୍ରଥମ ମହିଳା ସୁଟର ଯିଏକି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି।

 

Comments are closed.