Latest Odisha News

BREAKING NEWS

କ୍ୱାର୍ଟରରେ ପ୍ରବେଶ କରି ଇତିହାସ ରଚିଲେ ସାଇରାଜ-ଚିରାଗ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଂଟନ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଇତିହାସ ରଚିଛନ୍ତି । ପୁରୁଷ ଡବଲ୍ସ ବିଭାଗର କ୍ୱାର୍ଟରରେ ପ୍ରବେଶ କରି ସେମାନେ ଏହି ସଫଳତା ହାସଲ ରଚିଛନ୍ତି । ବିଶ୍ୱର ୩ ନମ୍ବର ଯୋଡି ଲୁକାସ କୋର୍ଭି ଓ ରୋନାନ ଲାର୍ବରଙ୍କୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ କୋର୍ବି ଓ ଲାର୍ବର ତାଙ୍କ ପରବର୍ତୀ ମୁକାବିଲା ଇଣ୍ଡୋନେସିଆ ଯୋଡିଙ୍କ ନିକଟରୁ ହାରିଯିବା ଫଳରେ ପରବର୍ତୀ ରାଉଣ୍ଡକୁ ଉନ୍ନୀତ ହୋଇପାରି ନ ଥିଲେ । ଅପରପକ୍ଷରେ ଜର୍ମାନୀର ମାର୍କ ଲାମିସିଫସ ଓ ମାର୍ଭିନ ସେଇଡେଲଙ୍କୁ ଭାରତୀୟ ଯୋଡି ଭେଟିଥାନ୍ତେ । ତେବେ ଲାମିସିଫସ ଆଘାତ ସମସ୍ୟା ଯୋଗୁ ଓହରିଯାଇଥିଲେ ।

ଏହା ଭାରତୀୟ ଯୋଡିଙ୍କୁ ଫାଇଦାରେ ରଖିଥିଲା । ଗ୍ରୁପ ସିରୁ ଚିରାଗ-ସାତ୍ୱିକ ଓ ଇଣ୍ଡୋନେସିଆର ମହମ୍ମଦ ରିୟାନ ଆଡ୍ରିଆଂଟୋ ଓ ଫଜର ଅଲଫିଆନଙ୍କ ଏବେ ମୁକାବିଲା ହେବ । ମହିଳା ଡବଲ୍ସରେ ଭାରତର ଅଶ୍ୱୀନ ପୋନ୍ନାପ୍ପା ଓ ଟାନିଶା କ୍ରାଷ୍ଟୋ ଜାପାନର ନାମି ମାଟସୁୟାମା ଓ ଚିହାରୁ ଶିଦାଙ୍କ ନିକଟରୁ ୨୧-୧୧ ଓ ୨୧-୧୨ରେ ହାରି ଯାଇଛନ୍ତି ।

Comments are closed.