Latest Odisha News

BREAKING NEWS

ହାଓ୍ବଡା- ମୁମ୍ବାଇ ଟ୍ରେନ ଟ୍ରାଜେଡି: ଦୁଇ ମୃତକ ଓଡିଶାର

ରାଉଲକେଲା: ଆଜି ସକାଳୁ ସକାଳୁ ପୂଣି ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଝାଡଖଣ୍ଡର ରାଜଖରସୁଆଁରେ ହାଓ୍ବଡା- ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ବେଳେ ଏଥିରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୁଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତ ପରେ ମୃତକ ଦୁଇଜଣ ଓଡିଶା ରାଉଲକେଲାର ବୋଲି ଜଣାପଡିଛନ୍ତି ।

ମୃତକ ଦୁଇ ଜଣ ହେଲେ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ରେଲୱେ କଲୋନୀର ବିକାଶ ରାଓ। ତେବେ ଉଭୟ ଗତ ରାତିରେ ସାଙ୍ଗ ହୋଇ ଟିକେଟ କାଟି ଜେନେରାଲ ବଗିରେ ଉଠିଥିଲେ। ମାତ୍ର ଭୋର ୩ଟା୪୫ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଉଭୟ ଅଜିତ ଓ ବିକାଶଙ୍କ ମୃତଦେହ ଚକ୍ରଧରପୁର ହସ୍ପିଟାଲରେ ରହିଛି। ତେବେ ଖବର ଜଣାପହଇବା ପରେ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ତେବେ ଉଭୟଙ୍କ ପରିବାର ସଦସ୍ୟ ଆଜି ଚକ୍ରଧରପୁର ଯାଇ ସେଠାରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Comments are closed.