Latest Odisha News

BREAKING NEWS

ଉପର ମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳସ୍ତର, ଖୋଲିବ ୨ଟି ଗେଟ୍

ନୂଆପଡ଼ା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା। ପଡୋଶୀ ରାଜ୍ୟ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ରହିବା ଯୋଗୁଁ ଆଜିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳ ସ୍ତର ବୃଦ୍ଧି ପାଇଛି। ତେଣୁ ଆଜି ୨ଟି ଗେଟ୍ ଖୋଲାଯିବ।

ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳଧାରଣ କ୍ଷମତା ୨୬୫ ମିଟର ଥିବାବେଳେ ଗତକାଲିଠୁ ୨୬୩.୩୭ ମିଟର ଜଳ ପ୍ରବାହିତ ହେଉଛି। ଆଜି ସକାଳ ୧୧ଟା ବେଳେ ୨ଟି ଗେଟ ଖୋଲାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି।

ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପ୍ରଚାର କରାଯାଇଛି। ସୂଚନା ଥାଉକି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଆହୁରି ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Comments are closed.