Latest Odisha News

BREAKING NEWS

ଗମ୍ଭୀର ଯାଦୁ: ଗୋଟିଏ ଦିନରେ ୩ ବ୍ୟାଟ୍ସମ୍ୟାନ ହଠାତ ହୋଇଗଲେ ମ୍ୟାଚ ବିଜୟୀ ବୋଲର

ପାଲ୍ଲେକଲ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛି । ଅନ୍ତିମ ଟି୨୦ରେ ଜଣ ନିୟମିତ ବ୍ୟାଟ୍ସମ୍ୟାନଙ୍କ ବୋଲିଂ ବଳରେ ଭାରତ ବିଜୟ ହାସଲ କରିଥିଲା । ଏହା ପଛରେ କୋଚ ଗୌତମ ଗମ୍ଭୀରଙ୍କ ରଣନୀତି ରହିଥିଲା । କୋଚ ଭାବେ ତାଙ୍କର ପ୍ରଥମ ଗସ୍ତ ମଧ୍ୟ ସଫଳ ହୋଇଛି । ରିଙ୍କୁ ସିଂ, ସୂର୍ଯ୍ୟକୁମାର ଯାଦବ ଓ ରିୟାନ ପରାଗ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ । ଶ୍ରୀଲଙ୍କାକୁ ମ୍ୟାଚରେ ବିଜୟ ହାସଲ ପାଇଁ ୧୨ ବଲରେ ୯ ରନର ଆବଶ୍ୟକ ହେଉଥିଲା । ରିଙ୍କୁ ୧୯ତମ ଓଭରରେ ୩ ରନ ଦେବା ସହ ୨ଟି ୱିକେଟ ନେଇଥିଲେ । ଅନ୍ତିମ ଓଭରରେ ସୂର୍ଯ୍ୟକୁମାର ୨ଟି ୱିକେଟ ଅକ୍ତିଆର କରି ୫ ରନ ଦେବା ଫଳରେ ମ୍ୟାଚ ଟାଇ ରହିଥିଲା । ସୁପର ଓଭରରେ ଶ୍ରୀଲଙ୍କା ୨ ରନ କରିଥିଲା । ସୂର୍ଯ୍ୟକୁମାର ପ୍ରଥମ ବଲରେ ଚୌକା ମାରି ମ୍ୟାଚକୁ ଜିତାଇଥିଲେ ।

ଗମ୍ଭୀର ଏହା ମାଧ୍ୟମରେ ଖେଳାଳିମାନଙ୍କ ମେସେଜ ଦେଇଛନ୍ତି ଯେ, ପରିସ୍ଥିତି ଅନୁସାରେ ବ୍ୟାଟ୍ସମ୍ୟାନ ବୋଲିଂ ଏବଂ ବୋଲର ବ୍ୟାଟିଂ କରିବା ଦକ୍ଷତା ରଖିବା ଜରୁରୀ । ଗମ୍ଭୀରଙ୍କ ପରୀକ୍ଷଣ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନଙ୍କ ମଜାଦାର ମୀମ୍ସର ସୁଅ ଛୁଟିବାରେ ଲାଗିଛି । ଜଣେ ୟୁଜର୍ସ ଏହି ୩ ବ୍ୟାଟ୍ସମ୍ୟାନଙ୍କୁ ଅନୀଲ କୁମ୍ବଲେ, ମୁଥୟା ମୁରଲୀଧରନ ଓ ଶେନ ୱର୍ଣ୍ଣଙ୍କ ସହିତ ମଧ୍ୟ ତୁଳନା କରିଛନ୍ତି ।

Comments are closed.