ବରଗଡ଼: ବରଗଡ଼ରେ ଖୋଲାଖୋଲି ନକଲି ବିହନ କାରବାର ଘଟଣା l ୬ ଦୋକାନୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କୃଷି ବିଭାଗ l ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ସହ ୨ ଜଣଙ୍କ ଲାଇସେନ୍ସ ବାତିଲ କଲା କୃଷି ବିଭାଗ l ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଜିଲ୍ଳା କୃଷି ଅଧିକାରୀ ପ୍ରସନ୍ନ ମିଶ୍ର l ଇଣ୍ଡିଆନ ସିଡସ୍ କର୍ପୋରେସନ, ଉମାଶଙ୍କର ଶୁକ୍ଳା, ଇଣ୍ଡିଆନ ସିଡ୍ସ ସେଣ୍ଟର, ବଂଶଲ ଟ୍ରେଡର୍ସ, ହରିଓଁ ଟ୍ରେଡର୍ସ, ମେହେର ପେସଟିସାଇଡ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି l
ସୂଚନା ଅନୁସାରେ, ଜିଲ୍ଲାରେ ନକଲି ବିହନ ବିକ୍ରି ହେବା ନେଇ ଅଭିଯୋଗ ହେବା ପରେ ବିଭିନ୍ନ ସ୍ଥାନରେ କୃଷି ବିଭାଗର ନୋଡାଲ ଅଧିକାରୀମାନେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିଲା । ପରେ ନକଲି ବିହନ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ନୋଡାଲ ଅଧିକାରୀ l ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ନେଇ ଏହି 6 ଜଣଙ୍କର ଲାଇସେନ୍ସ ବାତିଲ କରିଛି ବିଭାଗ l
Comments are closed.