Latest Odisha News

ଆଇଏଏସ ପଦ ହରାଇଲେ ପୂଜା ଖେଡକର, ଆଉ କେବେବି ଦେଇପାରିବେନି ପରୀକ୍ଷା

ନୂଆଦିଲ୍ଲୀ: ସିଭିଲ ସର୍ଭିସରେ ଚୟନ ପାଇଁ ନିଜର ପରିଚୟ ବଦଳାଇବା ଏବଂ ଭିନ୍ନକ୍ଷମ ପ୍ରମାଣପତ୍ରରେ ଅନିୟମିତତା ଅଭିଯୋଗରେ ଆଇଏଏସ ପଦ ହରାଇଛନ୍ତି ପୂଜା ଖେଡକର।

ଆଜି ୟୁପିଏସସି ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି ଦିଆଯାଇଛି। ୟୁପିଏସସି ୨୦୨୩ ବ୍ୟାଚ୍ ଟ୍ରେନିଂ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ନିଜର ପରିଚୟ ଲୁଚାଇ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ପରୀକ୍ଷା ଦେଇଥିବା ନେଇ ଏକ ଏଫ୍ଆଇଆର୍ ଦାଏର କରିଥିଲା।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୮, ୨୦୨୪ରେ, ୟୁପିଏସସି ପୂଜା ଖେଡକରଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ​। ମିଛ ପରିଚୟ ଦେଇଇ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଥିଲା। ତେବେ ପୂଜାଙ୍କୁ ଜୁଲାଇ ୨୫ ସୁଦ୍ଧା ଏହି କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେବାକୁ କୁହାଯାଇଥିଲା। କିନ୍ତୁ ପୂଜା ଅଗଷ୍ଟ ୪ ପର୍ଯ୍ୟନ୍ତ ସମୟ ମାଗିଥିଲେ। ହେଲେ ୟୁପିଏସସି ତାଙ୍କୁ କେବଳ ଜୁଲାଇ ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା। ତଥାପି, ସେ ଆଜି ପର୍ଯ୍ୟନ୍ତ ଉତ୍ତର ଦେଇନାହାନ୍ତି। ଯାହା ପରେ ୟୁପିଏସସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Comments are closed.