Latest Odisha News

BREAKING NEWS

ସିନ୍ଧୁଙ୍କ ସମର୍ଥନରେ ବାହାରିବା ପାଇଁ ଫେକ ଆକାଂଉଟ ଖୋଲିଥିଲେ ମନୁ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶୁଟର ମନୁ ଭାକର ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ସେ ୧୫ ମିଟର ପିସ୍ତଲ ଇଭେଂଟ ଓ ମିକ୍ସଡ ଡବଲରେ ସରବଜିତ ସିଂଙ୍କ ସହ ମିଶି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏକ ସାକ୍ଷାତକାରରେ ସେ ମଜାଦାର ଘଟଣାର ଖୁଲାସା କରିଛନ୍ତି । ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁଙ୍କ ପ୍ରତି କେତେକ ୟୁଜର୍ସ ଆପତିଜନକ ମନ୍ତବ୍ୟ ଦେଉଥିଲେ । ଏହା ସହ୍ୟ କରି ନ ପାରି ମନୁ ଏକ ଫେକ ଆକାଂଉଟ ତିଆରି କରିଥିଲେ । ଏହା ମାଧ୍ୟମରେ ସେ ସେମାନଙ୍କୁ ଉପଯୁକ୍ତ ଜବାବ ଦେଉଥିଲେ । ସୂଚନାଯୋଗ୍ୟ, ସିନ୍ଧୁ ମଧ୍ୟ ଇତିହାସ ରଚିବାର ନିକଟତର ହୋଇଛନ୍ତି । ସେ ଏଥର ପଦକ ଜିତିଲେ ପ୍ରଥମ ଖେଳାଳି ଭାବେ ୩ଟି ଅଲିମ୍ପିକ୍ସରେ ପଦକ ଜିିତବା ଗୌରବ ଅର୍ଜନ କରିବେ ।

ମନୁଙ୍କ ସାକ୍ଷାତକାର ପରେ ସିନ୍ଧୁ ଲେଖିଛନ୍ତି ଯେ, ୨ ଅଲିମ୍ପିକ ପଦକ କ୍ଲବରେ ଆପଣଙ୍କୁ ସ୍ୱାଗତ । ସୋସିଆଲ ମିଡିଆରେ ମୋ ପାଇଁ ଲଢ଼ିଥିବାରୁ ଧନ୍ୟବାଦ । ତୁମ ନିକଟରେ ବିଶେଷ ପ୍ରତିଭା ରହିଛି । ଟୋକିଓ ଗେମ୍ସ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିବା ନେଇ ତୁମକୁ ସ୍ୱାଗତ ଓ ଅଭିନନ୍ଦନ ।

Comments are closed.