Latest Odisha News

ସେନା ଡାକ୍ତରୀ ସେବାରେ ପ୍ରଥମ ମହିଳା ଡିଜି ସାଧନା ସକ୍ସେନା ନାୟର

ନୂଆଦିଲ୍ଲୀ: ଲେଫ୍ଟନେଣ୍ଟ ଜେନେରାଲ୍ ସାଧନା ସକ୍ସେନା ନାୟର ବୁଧବାର ଭାରତୀୟ ସେନାର ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତି ହୋଇଛନ୍ତି । ଆଜି କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ପଦ ପାଇଁ ସେ ହେବେ ପ୍ରଥମ ମହିଳା ।

ତେବେ ଭାରତୀୟ ସେନାର ଡାକ୍ତରୀ ବିଭାଗରେ ପ୍ରଥମ ମହିଳା ଡିଜି ସାଧନା ସକ୍ସେନାଙ୍କର ଗତବର୍ଷ ଅକ୍ଟୋବରରେ ବାୟୁସେନାର ଏୟର ମାର୍ସଲ ପଦକୁ ପଦୋନ୍ନତି ହୋଇଥିଲା । ବୁଧବାର ତାଙ୍କୁ ମେଡିକାଲ ବିଭାଗର ଡିଜି ଭାବେ ନିଯୁକ୍ତ କରାଯାଇଛି । ଏହାସହିତ ସେ ମେଡିକାଲ ବିଭାଗର ଡିଜି ଭାବେ ଦ୍ବିତୀୟ ମହିଳା ଅଧିକାରୀ ବନିଛନ୍ତି ଯାହାଙ୍କ ପାଖରେ ଏୟାର ମାର୍ସଲ ରାଙ୍କ ରହିଛି ।

୧୯୮୫ ଡିସେମ୍ବର ୨୬ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ସାଧନା । ପୁଣେର ଆର୍ମ୍ଡ ଫୋର୍ସ ମେଡିକାଲ କଲେଜରୁ ସେ ତାଙ୍କର ସ୍ନାତକତ୍ତର ଶେଷ କରିଥିଲେ । ଏହାପରେ ଫେମିଲି ମେଡିସିନରେ ସେ ପିଜି କରିବା ପରେ ୨ ବର୍ଷ ଦିଲ୍ଲୀ ଏମ୍ସରେ ଟ୍ରେନିଂ ନେଇଥିଲେ ।

ଏହାପରେ ସେ ସ୍ବିଜରଲାଣ୍ଡରେ ମିଲଟ୍ରି ମେଡିକାଲ ଏଥିକ୍ସ ଅଧ୍ୟୟନ କରିବା ପରେ ୧୯୮୬ ମସିହା ଡିସେମ୍ବର ୩ରେ ବାୟୁସେନାର ଫ୍ଲାଇଟ୍ ଲେଫ୍ଟନେଣ୍ଟ ଭାବରେ ସେନାରେ ସେମିଲ ହୋଇଥିଲେ । ଏଥିସହିତ ୧୯୯୧ ସ୍କ୍ବାଡ୍ରନ ଲିଡର, ୨୦୦୦ରେ ଓ୍ବିଙ୍ଗ କମାଣ୍ଡର, ୨୦୦୯ରେ ଗ୍ରୁପ କ୍ୟାପଟେନ୍, ୨୦୨୦ ଡିସେମ୍ବର ୨୪ରେ ସେ ଏୟାର ଭାଇସ୍ ମାର୍ସଲ ଭାବେ ସେନାରେ କାର୍ଯ୍ୟ କରିଛନ୍ତି ଏବଂ ୨୩ ଅକ୍ଟୋବାର ୨୦୨୩ରୁ ସେ ସେନାର ଏୟାର ମାର୍ସଲ ଭାବରେ କାର୍ଯ୍ୟରତ ଥିଲେ । ଗତକାଲି ତାଙ୍କୁ ମେଡିକାଲ ବିଭାଗର ପ୍ରଥମ ମହିଳା ଡିଜି ଭାବେ ନିଯୁକ୍ତ କରାଯାଇଛି ।

Comments are closed.