Latest Odisha News

କ୍ୱାର୍ଟର ଫାଇନାଲରେ ହାରିଲେ ସାଇରାଜ-ଚିରାଗ ଯୋଡି

ପ୍ୟାରିସ: ଭାରତର ଷ୍ଟାର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ହାରି ଯାଇଛନ୍ତି । ଚମତ୍କାର ପ୍ରଦର୍ଶନ କରି ପଦକ ସମ୍ଭାବନା ସୃଷ୍ଟି କରିଥିବା ଏହି ଯୋଡି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଏଥିସହ ତାଙ୍କର ପଦକ ଜିତିବା ଆଶା ଧୂଳିସାତ ହୋଇଛି । ମାଲେସିଆର ଆରୋନ ଚିଆ ଓ ସୋ ଉ ୟିକ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଗେମରେ ଭାରତୀୟ ଯୋଡି ୨୧-୧୩ରେ ବିଜୟ ହାସଲ କରିଥିଲେ । ମାତ୍ର ଏହା ପରେ ଦ୍ୱିତୀୟ ଗେମକୁ ୧୪-୨୧ରେ ଜିତି ମାଲେସୀୟ ଯୋଡି ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲେ ।

ନିର୍ଣ୍ଣାୟକ ଗେମ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୧୫-୧୫ ସ୍ଥିତି ପରେ ମାଲେସୀୟ ଯୋଡି ୨୧-୧୬ରେ ମ୍ୟାଚକୁ ଜିତିଥିଲେ । ଚିରାଗଙ୍କ ଅନାବଶ୍ୟକ ତ୍ରୁଟି ଭାରତୀୟ ଯୋଡିଙ୍କ ପରାଜୟର କାରଣ ହୋଇଥିଲା । ଶୁଟିଂରେ ମହିଳା ରାଇଫଲ ୫୦ ମିଟର ୩ ପୋଜିଶନରେ ଅଞ୍ଜୁମ ମୌଦିଗିଲ ଓ ସିଫ୍ଟ କୌଣ ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ମୌଦିଗିଲ ୧୮ତମ ଓ ସିଫ୍ଟ ୩୧ତମ ସ୍ଥାନରେ ରହିଥିଲେ ।

Comments are closed.