Latest Odisha News

ହିଜବୁଲ ଆତଙ୍କବାଦୀ ୟାସିର ଭଟ ନିଜ ଘରୁ ନିଖୋଜ, ଜମ୍ମୁରେ ହାଇ ଆଲର୍ଟ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲଗାମର ବାସିନ୍ଦା ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ୟାସିର ଭଟ ନିଜ ଘରୁ ନିଖୋଜ ଅଛି । ୟାସିର ୨୦୧୯ ମସିହାରେ ଜମ୍ମୁ ସହରର ବସ୍ ଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ଥିଲା । କିଛି ଦିନ ହେବ ସେ ଜାମିନରେ ଆସିଥିଲା । ନିଖୋଜ ହେବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି ।

ତେବେ ୨୦୧୯ ମାର୍ଚ୍ଚ ରେ ଜମ୍ମୁ ବସ୍ ଷ୍ଟାଣ୍ଡରେ ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ, ଏଥିରେ ୨୮ ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ୟାସିର ଭଟ ବର୍ତ୍ତମାନ ତାଙ୍କ ଘରୁ ନିଖୋଜ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି । ପୋଲିସ ଜମ୍ମୁରେ ୟାସିରଙ୍କ ପୋଷ୍ଟର ଲଗାଇଛି । ତାଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିଲେ ପୋଲିସ ଦେବାକୁ ଲୋକଙ୍କୁ ନିବେଦନ ହୋଇଛି ।

ମାର୍ଚ୍ଚ ୨୦୧୯ ରେ ହୋଇଥିବା ଏହି ଗ୍ରେନେଡ ଆକ୍ରମଣର କିଛି ଘଣ୍ଟା ପରେ ସୁରକ୍ଷା ବାହିନୀ ୟାସିର ଭଟଙ୍କୁ ଗିରଫ କରିଥିଲେ । ଏହି ଆକ୍ରମଣ କରିବା ପାଇଁ ସେ ଗୋଟିଏ ଦିନ ପୂର୍ବରୁ ଘାଟି ଅଞ୍ଚଳରୁ ଜମ୍ମୁ ଆସିଥିଲା । ଏହି ଆକ୍ରମଣ କରିବା ପରେ ସେ ପୁଣି ସେହି ଅଞ୍ଚଳକୁ ଫେରିବାକୁ ଯୋଜନା କରିଥିଲେ । କିନ୍ତୁ, ଜମ୍ମୁଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଲୁଚି ରହିଥିବା ସୁରକ୍ଷା ବାହିନୀ ତାକୁ କାବୁ କରିରିଥିଲେ ।

Comments are closed.