Latest Odisha News

ଅଙ୍କିତା-ଧୀରଜ ସେମିଫାଇନାଲରେ, ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ୟାରିସ: ତୀରନ୍ଦାଜୀରେ ଭାରତର ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ମିକ୍ସଡ ଟିମ ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ ୫-୩ରେ ପରାଜିତ କରିଥିଲେ । ଇଟାଲୀ ଓ କୋରିଆ ମଧ୍ୟରେ ହେବାକୁ ଥିବା ଅନ୍ୟ ଏକ ମୁକାବିଲାର ବିଜେତାଙ୍କୁ ସେମାନେ ସେମିରେ ଭେଟିବେ । ସେହିପରି ହକିରେ ଭାରତ ତାର ଶେଷ ଲିଗ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି । ହରମନପ୍ରୀତ ସିଂ ୨ଟି ଓ ଅଭିଷେକ ଗୋଟିଏ ଗୋଲ ଭାରତ ପକ୍ଷରୁ କରିଥିଲେ ।

ଅଲିମ୍ପିକ୍ସରେ ଭାରତ ୫୨ ବର୍ଷ ପରେ ଟୋକିଓ ଗେମ୍ସ ରୌପ୍ୟ ପଦକ ବିଜେତା ଅଷ୍ଟ୍ରେଲିଆକୁ ପରାଜିତ କରିବାରେ ସଫଳ ହୋଇଛି । ଭାରତ ଗ୍ରୁପ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇବା ପରେ ଟିମଇଣ୍ଡିଆ ପୂର୍ବତନ ଚାମ୍ପିୟନ ଆର୍ଜେଂଟିନା ସହ ମ୍ୟାଚ ଡ୍ର ରଖିଥିଲା । ଏହା ପରେ ବେଲଜିୟମ ନିକଟରୁ ଦଳ ପରାଜିତ ହେବା ପରେ ଅଷ୍ଟ୍ରେଲିଆକୁ ହରାଇ ଫର୍ମକୁ ଫେରିଛି । ନକଆଉଟ ପୂର୍ବରୁ ଦଳର ଫର୍ମକୁ ଫେରିବା ଜରୁରୀ ଥିଲା ।

Comments are closed.