ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚୋଉ ସିଏନ ଚେନଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୯-୨୧, ୨୧-୧୫ ଓ ୨୧-୧୨ ଗେମରେ ପରାସ୍ତ କରିଥିଲେ । ପ୍ରଥମ ଗେମରେ ଚୋଉ ବିଜୟ ହାସଲ କରି ଲକ୍ଷ୍ୟଙ୍କୁ ଚାପରେ ପକାଇଥିଲେ । ମାତ୍ର ଦ୍ୱିତୀୟ ଗେମରେ ଭାରତର ଷ୍ଟାର ଖେଳାଳି ରଣନୀତିରେ ପରିବର୍ତନ କରିଥିଲେ । ଏହାର ଫାଇଦା ମିଳିଥିଲା ଏବଂ ଦ୍ୱିତୀୟ ଗେମକୁ ଜିତି ସେ ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲେ ।
🇮🇳 Result Update: #Badminton🏸 Men's Singles QF👇
In(Sen) Lakshya😍, ladies and gentlemen👀😎
A tough battle against Former World no. 2, Chinese Taipei's Chou Tien Chen. But Lakshya prevails with a scoreline of 19-21, 21-15 & 21-12🥳
Off to the Semis now✅
All the best… pic.twitter.com/INi8QsZTmb
— SAI Media (@Media_SAI) August 2, 2024
ନିର୍ଣ୍ଣାୟକ ଗେମରେ ସେନ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମ୍ୟାଚକୁ ଜିତିବା ସହ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ନିଜ ଦେଶର ଅଭିଜ୍ଞ ଖେଳାଳି ଏଚଏସ ପ୍ରଣୟଙ୍କୁ ହରାଇ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଲକ୍ଷ୍ୟଙ୍କ ବିପକ୍ଷରେ ଚୋଉଙ୍କ ପ୍ରଦର୍ଶନ ଭଲ ରହିଥିଲା । ସେ ୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଲକ୍ଷ୍ୟ ମାତ୍ର ଥରେ ତାଙ୍କୁ ହରାଇଥିଲେ ।
Comments are closed.