Latest Odisha News

BREAKING NEWS

ସମ୍ବଲପୁରରେ ମୋ ବସ୍ ସେବା ଠପ୍

ସମ୍ବଲପୁର: ବିଭିନ୍ନ ଦାବି ନେଇ ଡ୍ରାଇଭର ଏବଂ କଣ୍ଡକ୍ଟରମାନେ ଆନ୍ଦୋଳନ କରିବା ଯୋଗୁ ସମ୍ବଲପୁରରେ ମୋ ବସ୍ ସେବା ଠପ୍ ହୋଇଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ମୋ ବସ୍ ଡ୍ରାଇଭର ଏବଂ କର୍ମଚାରୀମାନଙ୍କୁ ଦୁର୍ବ୍ଯବହାର ସହ ଧମକଚମକ ଦେଇଥିଲେ। ଏହାକୁ ନେଇ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ଯ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି।

ଏହି ଘଟଣା ପରେ CRUT ଦ୍ୱାରା ପରିଚାଳିତ ମୋ ବସ୍ ର ଡ୍ରାଇଭର ଏବଂ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିବା ସହ ବସ୍ ଚଳାଚଳ ବନ୍ଦ କରିଦେଇଛନ୍ତି।

Comments are closed.