Latest Odisha News

ଥମୁନି ବାଂଲାଦେଶ ହିଂସା; ୭୨ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବୀ

ନୂଆଦିଲ୍ଲୀ: ଥମୁନି ବାଂଲାଦେଶ ହିଂସା । ସରକାରୀ ଚାକିରିରେ ସଂରକ୍ଷଣଙ୍କୁ ନେଇ ପୁଣି ହିଂସାକାଣ୍ଡ । ଆଜି ପୁଣି ୫୦ ଜଣଙ୍କ ମୃତ୍ୟୁ । ସାରା ଦେଶରେ କର୍ଫ୍ୟୁ ଲାଗୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ ।

ସଂରକ୍ଷଣ ବିରୋଧୀ ବିକ୍ଷୋଭ ଥମିବାର ପରେ ଏବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବିରେ ଆରମ୍ଭ ହୋଇଛି ବିକ୍ଷୋଭ । ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ହୋଇଥିବା ଟିୟର ଗ୍ୟାସ ଓ ରବର ବୁଲେଟ ମାଡ କରାଯାଉଛି । ସେପଟେ ବାଂଲାଦେଶରେ ରହୁଥିବା ଭାରତୀୟଙ୍କୁ ସତର୍କ ରହିବାକୁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଅନୁସାରେ, ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବି କରି ଏକ ‘ଅସହଯୋଗ କାର୍ଯ୍ୟକ୍ରମ’ରେ ଅଂଶଗ୍ରହଣ କରିବାକୁ ପହଞ୍ଚିଥିଲେ। ଆୱାମୀ ଲିଗ୍, ଛତ୍ର ଲିଗ୍ ଓ ଜୁବୋ ଲିଗ୍ ର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ମୁନ୍ସିଗଞ୍ଜରେ ବିକ୍ଷୋଭକାରୀ ଓ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମ୍ରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସରକାରଙ୍କ ବିରୋଧରେ ଜାରି ରହିଥିବା ବିରୋଧ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଥମିଥିଲା । ହେଲେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବିରେ ପୁଣି ଥରେ ଏହି ବିକ୍ଷୋଭ ଆରମ୍ଭ ହୋଇଛି । କିଛିଦିନ ପୂର୍ବରୁ ହୋଇଥିବା ବିକ୍ଷୋଭରେ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

 

Comments are closed.