Latest Odisha News

BREAKING NEWS

ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ: ସାଂସଦ ଅପରାଜିତା

ଭୁବନେଶ୍ଵର: କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ। ଏହାପରେ ଆରମ୍ଭ ହେଲା ରାଜନୈତିକ ଚର୍ଚ୍ଚା। ରାଜ୍ୟ ରାଜନୀତି ଏବେ ସରଗରମ। ମମତା ମହାନ୍ତ ବିଜେଡି ଛାଡ଼ି ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସାଂସଦ କହିଛନ୍ତି, ଯାହା ଘର ଦୁର୍ବଳ ତାଙ୍କୁ ନିଶ୍ଚିତ ଭାବରେ ଡରିକି ରହିବା କଥା। ଏତେ ଡର କାହିଁକି ? ଆଗରୁ ତ ଏତେ ଡର ନଥିଲା। ବିଜେଡିର ଏତେ ଡର କାହିଁକି ଯେ ଘର ମୋର ଭାଙ୍ଗିଯିବ। ଏହାର ଅର୍ଥ ସେମାନେ ଦୁର୍ବଳ ହୋଇ ଯାଇଛନ୍ତି । ଆମକୁ ଆକ୍ଷେପ ନ କରି ନିଜ ଘର ସଜାଡ଼ନ୍ତୁ, ମୋର ଶୁଭେଚ୍ଛା ରହିବ ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା।

ସେହିପରି ମମତା ମହନ୍ତଙ୍କ ଆସିବା ଟ୍ରେଲର ଥିଲା, ଆଗାମୀ ଦିନରେ ଭଲ ଫିଲ୍ମ ଦେଖିବେ ବୋଲି କହିଛନ୍ତି ସାଂସଦ। ସେହିପରି ବିଜେପି ନେତା ତଥା ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ। ବିଜେଡି ବସା ଖାଲି ହେଇଯିବ। ହେଲେ ବିଜେପି ହେଉଛି ଜାତୀୟ ଦଳ। ଜାତୀୟ ଦଳର କେବେ ବି ବିଲୟ ହୁଏନି। ବିଜେଡିରେ ବାକ୍ ସ୍ବାଧୀନତା ନାହିଁ। ସେଠି ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି।

ସୂଚନା ଥାଉକି ଆଗକୁ ବି ଆହୁରି ଦୁଇ ତିନି ଜଣ ସାଂସଦ ବିଜେପି ସହ ଯୋଗାଯୋଗରେ ରହିଥିବା ରାଜନୈତିକ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ବିଜେଡି ଭାଗ ଭାଗ ହେବା ନେଇ ଆକଳନ କଲେଣି ରାଜନୈତିକ ବିଶେଷଜ୍ଞ । ତେଣୁ ବିଜେଡିକୁ ଏକଜୁଟ୍ କରି ରଖିବା ହିଁ ଏବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।

Comments are closed.