Latest Odisha News

‘ସନ ଅଫ୍ ସର୍ଦ୍ଦାର ୨’ ସୁଟିଂ ଆରମ୍ଭ, ଭିଡିଓ ସେୟାର କରି ଏମିତି ଲେଖିଲେ ଅଜୟ ଦେବଗନ

ମୁମ୍ବାଇ: ୨୦୧୨ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ହିଟ୍ କମେଡି ଡ୍ରାମା ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର’ କୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ସର୍ଦ୍ଦାର ଭୂମିକାରେ ଲୋକମାନେ ଅଜୟଙ୍କୁ ବହୁତ ଭଲପାଇବା ଦେଇଥିଲେ । ବର୍ତ୍ତମାନ ୧୨ ବର୍ଷ ପରେ, ଦ୍ୱିତୀୟ ଭାଗ ଅର୍ଥାତ୍ ‘ସନ୍ ଅଫ୍ ସର୍ଦ୍ଦାର’ ର ସିକ୍ୱେଲ୍ ଆସୁଛି । ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି । ଯାହାର ଝଲକ ନିକଟରେ ଅଜୟ ଦେବଗନ ସେୟାର କରିଛନ୍ତି । ସୁଟିଂ ସେଟ୍ ରୁ ଏକ ବିଟିଏସ୍ ଭିଡିଓ ସେୟାର କରି ଫିଲ୍ମର ସୁଟିଂ ଆରମ୍ଭ ବିଷୟରେ ଅଜୟ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି ।

ଅଜୟ ଦେବଗନଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ଫିଲ୍ମର ସେଟ୍ ର ଉତ୍ସାହ, ରଙ୍ଗରେ ବୁଡି ରହିଥିବା ହୋଲିର ଦୃଶ୍ୟ ଏବଂ ସେଟରେ ଉପସ୍ଥିତ ଥିବା ଲୋକଙ୍କ କିଛି ଡ୍ୟାନ୍ସ କ୍ଲିପ୍ ଦେଖିବାକୁ ମିଳିଛି । ଅଜୟଙ୍କ ମୁଣ୍ଡରେ ରୁମାଲ ବାନ୍ଧି ଗୁରୁଦ୍ୱାରରେ ପ୍ରଣାମ କରିବା ସହିତ ଏହି ଭିଡିଓ ଆରମ୍ଭ ହୋଇଛି । ଏହା ପରେ ତାଙ୍କ ପୁଅ ୟୁଗ ଦେବଗନ ଏକ କ୍ଲାପ୍ ବୋର୍ଡ ଧରିଥିବାର ନଜର ଆସିଛନ୍ତି । ଏହା ପରେ ନିର୍ଦ୍ଦେଶକ କ୍ୟାମେରା ଚେୟାରରେ ବସି ସୁଟିଂ କରୁଥିବା ନଜର ଆସିଛନ୍ତି ।

ଯେତେବେଳେ କି ମୃଣାଳ ଠାକୁର ପଞ୍ଜାବୀ ଲୁକରେ ଡ୍ରମ୍ ବଜାଇବାରେ ବ୍ୟସ୍ତ ଥିବା ଦେଖାଯାଇଛି । ଏହା ବ୍ୟତୀତ ଏହି ବିଟିଏସ୍ ଭିଡିଓରେ ଆଉ ଏକ ଲୁକ୍ ମଧ୍ୟ ରହିଛି ଯେଉଁଥିରେ ଅନେକ ଲୋକ ବରଯାତ୍ରୀ ପରି ନାଚୁଛନ୍ତି । ଏହି ସମୟରେ ଚଙ୍କି ପାଣ୍ଡେ ମଧ୍ୟ ନାଚୁଥିବା ନଜର ଆସିଛନ୍ତି । ‘ସନ ଅଫ୍ ସର୍ଦ୍ଦାର ୨’ର ସୁଟିଂର ଏହି ଭିଡିଓଟି ଅତ୍ୟନ୍ତ ମଜାଳିଆ ରହିଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

 

View this post on Instagram

 

A post shared by Ajay Devgn (@ajaydevgn)

ଦର୍ଶକ ଏହି ଭିଡିଓରେ ବହୁତ ଲାଇକ୍ ଏବଂ କମେଣ୍ଟ ଦେଇଥିବାର ଦେଖିବାକି ମିଳିଛି । ଏହି ଭିଡିଓ ସେୟାର କରିବାବେଳେ ଅଜୟ କ୍ୟାପସନରେ ଲେଖିଛନ୍ତି, ‘ସନ ଅଫ୍ ସର୍ଦ୍ଦାର ୨’ର ଯାତ୍ରା ପ୍ରାର୍ଥନା, ଆଶୀର୍ବାଦ ଏବଂ ଏକ ମହାନ ଟିମ୍ ରୁ ଆରମ୍ଭ ହୋଇଛି ।

Comments are closed.