Latest Odisha News

ପୁଣି ବଢିଲା ଆଳୁ ଦର, ବୈଠକ ଡାକିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ଆଳୁ ଦର ସାମାନ୍ୟ ଖସିଥିବା ବେଳେ ଏବେ ପୁଣି ଥରେ ବଢିଛି ଆଳୁ ଦର । ପୁଣୀ ଥରେ ଆଳୁ ଦର ବଢ଼ିବା ପରେ ଜରୁରୀ ବୈଠକ ଡାକିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ, ଖୁଚୁରା ବ୍ୟବସାୟୀଙ୍କ ସହ ବୈଠକ କରିଛନ୍ତି ମନ୍ତ୍ରୀ । ବୈଠକ ପରେ ଏବେ ୩୦ରୁ ୩୫ ଟଙ୍କା ଭିତରେ ଆଳୁ ମିଳୁଛି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ବି ୟୁପିରୁ ଆଳୁ ଆସିଛି, ୟୁପି ଆଳୁ ଭଲ କ୍ବାଲିଟିର । ୪୦ରୁ ୫୦ ଟଙ୍କା ଦର ରହିଛି ବୋଲି ଯାହା କୁହାଯାଉଛି, ତାହା ସମ୍ପୁର୍ଣ୍ଣ ମିଛ କଥା । ଏବେ ୩୦ରୁ ୩୫ ଟଙ୍କା ଭିତରେ ଆଳୁ ମିଳୁଛି । ଚଢ଼ା ଦରରେ କେହି ବିକୁଥିଲେ, ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ଆଳୁ ଦର ବଢିଛି । ପଶ୍ଚିମବଙ୍ଗ ଆଳୁ ଦେଉନଥିବାରୁ ଏବେ ୟୁପିରୁ ଆଳୁ ଆଣୁଛି ଓଡିଶା । ଗୋଟିଏ ଦିନରେ ଆଳୁ କେଜି ୨୦ ରୁ ୨୫ କେଜି ବଡିଥିବା ବେଳେ ଦର ଏବେ ୬୦ ଛୁଇଁଛି । ଉତ୍ତରପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିନଥିବାରୁ କଟକ ଛତ୍ରବଜାର ଓ ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ଅଭାବ ଦେଖା ଦେଇଥିବାରୁ ଏଭଳି ସଙ୍କଟ ଉପୁଜିଛି ।

 

Comments are closed.