Latest Odisha News

ନେପାଳରେ ପୁଣି ବିମାନ ଦୁର୍ଘଟଣା, ୫ ମୃତ

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁର ଏକ ଜଙ୍ଗଲରେ ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ତନ୍ମଧ୍ଯରେ ୪ ଜଣ ଯାତ୍ରୀ ଥିବା ଜଣାପଡିଛି।

ଆଜି ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଏୟାର ଡାଏନଷ୍ଟୀ କମ୍ପାନୀର ଯାତ୍ରୀବାହୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି।

ତ୍ରିଭୂବନ ଅନ୍ତର୍ଜାତୀୟ ଏୟାରପୋର୍ଟର ସୂଚନା ଅନୁଯାୟୀ, ହେଲିକପ୍ଟରଟି କାଠମାଣ୍ଡୁରୁ ଦିନ ୧.୫୪ରେ ଉଡ଼ାଣ ଭରିଥିଲା। ପରେ କୌଣସି କାରଣବଶତଃ ସୂର୍ଯ୍ୟ କୌର-୭ ନିକଟରେ ଜଙ୍ଗଲରେ ଖସି ପଡିଥିଲା।

ସୂଚନାଯୋଗ୍ୟ, ସୌର୍ୟ୍ଯ ଏୟାରଲାଇନ୍ସ ବିମାନ ଦୁର୍ଘଟଣାର ସପ୍ତାହେ ପରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା।

 

Comments are closed.