Latest Odisha News

BREAKING NEWS

ରାଜଧାନୀରେ ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ ରଙ୍ଗର ରେନକୋଟ୍‌

ଭୁବନେଶ୍ବର: ଏବେ ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ । ଏନେଇ ଆଜି ରାଜଧାନୀର ସମସ୍ତ ଟ୍ରାଫିକ ପୋଲିସଙ୍କୁ ଟ୍ରାଫିକ ଥାନାରେ ନୂଆ ରେନକୋଟ୍‌ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍‌ ପ୍ରଦାନ କରାଯାଇଛି ।

ତେବେ ଏହି ରେନକୋଟ୍ ର ବିଶେଷତ୍ବ ହେଉଛି ରାତିରେ ସହଜରେ ଟ୍ରାଫିକ ପୋଲିସଙ୍କ ଉପସ୍ଥିତି ଜାଣିହେବ । କାରଣ ଏଥିରେ ରେଡିଅମ୍ ର କାମ ହୋଇଛି । ଯାହାଦ୍ବାରା ରାତିରେ ଏହି ରେନକୋଟ ଉପରେ ଲାଇଟ୍ ପଡିଲେ ଏହା ବହୁ ଦୂରକୁ ଉଜ୍ବଳ ଦେଖାଯିବ । ଫଳରେ ଲୋକମାନେ ପୋଲିସର ଉପସ୍ଥିତି ଜାଣିପାରବେ ।

Comments are closed.