Latest Odisha News

ଭୁବନେଶ୍ୱର-ପଲାସା ଏବଂ ବ୍ରହ୍ମପୁର-ଗୋଳନ୍ଥରା ମଧ୍ୟରେ ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତାକୁ ବୃଦ୍ଧି କରାଇବା ସହିତ ଟ୍ରେନ ମାନଙ୍କର ବେଗବୃଦ୍ଧି ବଢାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ପୂର୍ବ ତଟ ରେଳପଥ । ଏନେଇ ଭୁବନେଶ୍ୱର-ପଲାସା ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନସିଂ) ପ୍ରକଳ୍ପ ଆରମ୍ଭ କରିଛି । ଏହା ସହିତ ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନରେ ଛୋଟ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଏହି କାର୍ଯ୍ୟ ପ୍ରାରମ୍ଭ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ରାୟ ୭ କିଲୋମିଟର ନିରାପତ୍ତା ଜନିତ ଫେନସିଂ କାର୍ଯ୍ୟ ସମାପ୍ତ ହୋଇସାରିଥିବା ସୂଚନା ରହିଛି ।

ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର ପ୍ରାୟ ୩.୯ କିମି ଅର୍ଥାତ୍ ପଲାସା ଷ୍ଟେସନ ଅଞ୍ଚଳ ନିକଟରେ ୨୪୦୦ ମିଟର ଏବଂ ବ୍ରହ୍ମପୁର-ଗୋଳନ୍ଥରା ରେଳ ସେକ୍ସନରେ ୧୫୦୦ ମିଟର ନିର୍ମାଣ କରାଯାଇଛି । ଏହା ବ୍ୟତୀତ ଭୁବନେଶ୍ୱର ନିକଟରେ ୧୬୦୦ ମିଟର ଫିକ୍ସଡ୍ ନଟ୍ ଫେନ୍ସିଂ ବ୍ୟାରିୟର କାର୍ଯ୍ୟ ମଧ୍ୟ ନିର୍ମାଣ କରାଯାଇଛି । ଫେନସିଂ ପାଇଁ ଏହି ସ୍ଥାନ ଗୁଡିକ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି ।

ଏହି ନିରାପତ୍ତା ବାଡ଼ କେବଳ ସୁରକ୍ଷିତ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବ ନାହିଁ ବରଂ ରେଳ ଧାରଣାକୁ ଅନଧିକୃତ ପ୍ରବେଶ, ରେଳ ଧାରଣା ନିକଟରେ ଗୋରୁ କିମ୍ବା ଗୃହପାଳିତ ପଶୁ ଚରାଇବା ଏବଂ ରେଳ ଲାଇନ ନିକଟରେ ବଣୁଆ ଜନ୍ତୁର ଗତିବିଧି ଉପରେ ମଧ୍ୟ ଏହା ପ୍ରତିବନ୍ଧକ ଲଗାଇବ ।

ଏହି ପଦକ୍ଷେପଟି “ଲେଭଲ୍ କ୍ରସିଂ, ଆରଓବିଏସ (ଫ୍ଲାଏଓଭର), ଆରୟୁବିଏସ (ଉପାମାର୍ଗ), ବ୍ରିଜ୍ ଏବଂ ପ୍ରବେଶ ନିୟନ୍ତ୍ରଣ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ଟ୍ରାକ୍ ପ୍ରବେଶକୁ ସିଲ୍ କରିବାକୁ ଲକ୍ଷ୍ୟ ରଖିଛି । ଏହା ମଧ୍ୟ ଯାତାୟାତର ସୁଗମତା ପାଇଁ ଲାଭ ପ୍ରଦାନ କରିବ ।

ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଭଦ୍ରକ-ପଲାସା ଏବଂ ଖୋର୍ଦ୍ଧା ରୋଡ-ପୁରୀ ରେଳ ସେକ୍ସନରେ ରେଳ ଧାରଣା କଡରେ ନିରାପତ୍ତା ବାଡ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ନିକଟରେ ୨୭୫.୦୧ କୋଟି ମଞ୍ଜୁର କରିଛି । ଏହା ସହିତ ୧୩୦ କିଲୋମିଟର ଏବଂ ତା’ଠାରୁ ଅଧିକ ବେଗରେ ଟ୍ରେନର ନିରାପଦ ଚଳାଚଳକୁ ମଧ୍ୟ ସହଜ କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି ।

Comments are closed.