Latest Odisha News

BREAKING NEWS

ଟିଟ୍ ଫର ଟାଟ୍ , ଆଳୁ ନେଇ ପଶ୍ଚିମବଙ୍ଗ ଉପରେ ତାତିଲା ଓଡିଶା

କଟକ: ରାଜ୍ୟରେ ଏବେ ତାତିଛି ଆଳୁ ବଜାର । କିଲୋ ପିଛା କେଉଁଠି ୪୫,୫୦ରେ ବିକ୍ରି ହେଉଥିବା ବେଳେ ଆଉ କେଉଁଠି ୬୦ ଛୁଇଁଛି । ସେପଟେ ସରକାରଙ୍କ ସମସ୍ତ ପ୍ରଚେଷ୍ଟା ପରେ ବି ପଶ୍ଚିମବଙ୍ଗ ଆଳୁ ଗାଡି ଛାଡିବାକୁ ନାରାଜ । ଗତକାଲି ଏମିତି ବି ପରିସ୍ଥିତି ଦେଖିବାକୁ ମିଳିଥିଲା ଯେ, ଓଡିଶାକୁ ଆସିଥିବା ଆଳୁ ଗାଡିକୁ ଗୋଡାଇ ଗୋଡାଇ ଜବତ କରିଥିଲା ପଶ୍ଚିମବଙ୍ଗ ପୋଲିସ୍ । ଏଭଳି ସ୍ଥିତିରେ ଓଡିଶାବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ନେଇ ଏବେ ପ୍ରତିଶୋଧ ପରାୟଣ ହୋଇଉଠିଲେଣି ଓଡିଶାର ବିଭିନ୍ନ ସଂଘ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସୁନଥିବାରୁ ଓଡିଶା ଏବେ ଟିଟ୍ ଫର ଟାଟ୍ ନୀତି ଆପଣାଇଛି । ପଶ୍ଚିମବଙ୍ଗ ସରକାର ପର୍ଯ୍ୟାପ୍ତ ଆଳୁ ଗାଡ଼ିକୁ ଛାଡୁ ନଥିବା ଅଭିଯୋଗରେ କଟକରେ ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ପ୍ରତିବାଦରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ିକୁ ଅଟକ ରଖିଛନ୍ତି । କଟକ ମଙ୍ଗୁଳି ଛକ ଏନ୍‌ଏଚ୍‌ ୧୬ରେ ପଶ୍ଚିମବଙ୍ଗ ଯାଉଥିବା ବହୁ ଖାଦ୍ୟସାମଗ୍ରୀ ଗାଡ଼ି ଅଟକାଇ ଜୋରଦାର ବିକ୍ଷୋଭ କରିଛନ୍ତି ସଂଗଠନ । ଏହାସହିତ ଏହା ପୂରା ଓଡିଶାରେ ମଧ୍ୟ ଜାରି ହେବ ବୋଲି ସଚେତନ କରାଇଛି ସଂଘ ।

Comments are closed.