Latest Odisha News

ସ୍ଥଗିତ ହେବନାହିଁ ନିଟ୍ ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଗଷ୍ଟ ୧୧ରେ ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ କରାଯିବ ନାହିଁ।

ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ବେଞ୍ଚ NEET PG ପରୀକ୍ଷା ସ୍ଥଗିତ ରଖିବାକୁ ମନା କରି ଦେଇଛନ୍ତି।

ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଚାହୁଁଥିବା ଆବେଦନରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଛି ଯେ ପରୀକ୍ଷାର୍ଥୀମାନଙ୍କୁ ଏପରି ସହରରେ ପରୀକ୍ଷା କେନ୍ଦ୍ର ଦିଆଯାଇଛି, ଯେଉଁଠାରେ ପହଞ୍ଚିବା ସେମାନଙ୍କ ପକ୍ଷେ କଷ୍ଟକର। ଏଥିସହିତ ମାର୍କର ସାମାନ୍ୟକରଣ ବା ନରମାଲାଇଜେସନ କେମିତି କରାଯିବ, ସେ ନେଇ ଏଯାବତ କୌଣସି ସୂଚନା ଦିଆଯାଇନାହିଁ।

ଏନ୍‌ବିଇଏମ୍‌ଏସ୍‌ ଅଗଷ୍ଟ ୧୧ରେ ଭାରତର ୧୭୦ଟି ସହରର ୪୧୬ଟି କେନ୍ଦ୍ରରେ ଦୁଇଟି ସିଫ୍ଟରେ ପ୍ରାୟ ୨,୨୮,୫୪୨ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ପରିଚାଳନା କରିବ। ପୁଣିଥରେ ହେବାକୁ ଥିବା NEET PG ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଗୁରୁବାର ପ୍ରକାଶ ପାଇଛି। ତେବେ ଏତେ କମ୍‌ ସମୟ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧା ହେବାକୁ ଥିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ଦାବି କରାଯାଇଥିଲା।

Comments are closed.