Latest Odisha News

୧୭ ମାସ ପରେ ଜେଲ୍ ରୁ ମୁକୁଳିଲେ ମନୀଷ ସିସୋଦିଆ; କହିଲେ ଖୁବ୍ ଶିଘ୍ର କେଜ୍ରିଓ୍ବାଲ ବି ମୁକୁଳିବେ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ପ୍ରାୟ ୧୭ ମାସ ପରେ ସିସୋଦିଆ ତିହାର ଜେଲରୁ ଖଲାସ ହୋଇଛନ୍ତି । ଆଜି ମଧ୍ୟାହ୍ନରେ ସୁପ୍ରିମକୋର୍ଟ ତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଥିଲେ । ଏହା ପରେ ଜାମିନ ପ୍ରକ୍ରିୟା ଶେଷ ହେବା ପରେ ତିହାର ଜେଲ ପ୍ରଶାସନ ତାଙ୍କୁ ମୁକ୍ତ କରିଛନ୍ତି ।

ଜେଲ୍ ରୁ ବାହାରିବା ପରେ ସିସୋଦିଆ କହିଛନ୍ତି ଯେ, ମୁଁ ସୁପ୍ରିମକୋର୍ଟଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଯେବେଠାରୁ ମୁଁ କୋର୍ଟଙ୍କ ଆଦେଶ ଶୁଣିଲି, ମୁଁ ସମ୍ଭିଧାନ ପ୍ରଣେତା ବାବା ସାହେ ଆମ୍ବେଦକରଙ୍କ ନିକଟରେ ଋଣି ହୋଇଯାଇଛି । ଏହି ସମ୍ବିଧାନର ଶକ୍ତି ସହିତ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବାହାରକୁ ଆସିବେ । ଜେଲର ତାଲା ଭାଙ୍ଗିବ ଆଉ ଅରବିନ୍ଦ କେଜ୍ରିୱାଲଙ୍କୁ ମୁକ୍ତ କରାଯିବ ବୋଲି ସେ କହିଛନ୍ତି ।

ସେ ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରକୁ ବାହାରିଯାଇଛନ୍ତି । ଏହାପରେ ଆସନ୍ତାକାଲି ଗୋଟେ ଦୁଇଟା ମନ୍ଦିରରେ ପୂଜା ସାରିବା ପରେ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ଯାଇ ସେଠାରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଫେବୃଆରୀ 26, 2023 ରେ ସିବିଆଇ ଗିରଫ କରିଥିଲା । ଏହା ପରେ, ଅର୍ଥ ହେରଫେର ଅଭିଯୋଗରେ ଇଡି ତାଙ୍କୁ ମାର୍ଚ୍ଚ 9, 2023 ରେ ଗିରଫ କରିଥିଲା ।

Comments are closed.