Latest Odisha News

ସ୍ୱର୍ଣ୍ଣ ପଦକ ଜିତିବା ପରେ ଇମାନେ ଖେଲୀଫ କହିଲେ, ମୁଁ ଜନ୍ମରୁ ମହିଳା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଆଲଜେରିଆର ମହିଳା ବକ୍ସର ଇମାନେ ଖେଳୀଫଙ୍କୁ ନେଇ ବିବାଦ ଉପୁଜିଥିଲା । ଗତ ବର୍ଷ ଲୈଙ୍ଗିକ ଯାଂଚରେ ବିଫଳ ହୋଇଥିଲେ ମଧ୍ୟ ଏଥର ତାଙ୍କୁ ଅଲିମ୍ପିକ୍ସରେ ଖେଳିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା । ଏବେ ସେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଁ ଜନ୍ମରୁ ମହିଳା ବୋଲି କହିଛନ୍ତି । ମୁଁ ମହିଳା ଭାବେ ଜନ୍ମ ହୋଇଛି ଏବଂ ସେହିପରି ଭାବେ ବଂଚୁଛି ବୋଲି କହିଛନ୍ତି । ଫାଇନାଲରେ ସେ ଚୀନର ୟାଙ୍ଗ ଲିୟୁଙ୍କୁ ୫-୦ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ମୋର ସଫଳତାକୁ କାହିଁକି ଅନ୍ୟମାନେ ଗ୍ରହଣ କରି ପାରୁ ନାହାନ୍ତି ତାହା ମୁଁ ବୁଝି ପାରୁନି ।

ବିଶ୍ୱ ଚାମ୍ପିୟନଶିପ ୨୦୨୩ରେ ଇମାନେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏବେ ଅଲିମ୍ପିକ୍ସର ପ୍ରଥମ ମ୍ୟାଚରେ ସେ ଏଞ୍ଜିଲା କ୍ୟାରେନୀଙ୍କୁ ଏକ ଶକ୍ତ ପଂଚ ମାରିଥିଲେ । ୪୬ ସେକେଣ୍ଡ ମଧ୍ୟରେ ଏହି ଫାଇଟ ଶେଷ ହୋଇଥିଲା । କ୍ୟାରେନୀ ସ୍ୱତଃ ଓହରି ଯାଇଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

Comments are closed.