Latest Odisha News

୩ ଦିନ ଯାଏ ବର୍ଷାରେ ଲାଗିବ ବ୍ରେକ୍; ୧୫ ଓ ୧୬ରେ ବଡ଼ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଜାରି ରହିଛି। ତଥାପି ଆଜିଠାରୁ ବର୍ଷାରେ ଲାଗିବ ବ୍ରେକ। କମିବ ବର୍ଷାର ପରିମାଣ। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ଘଣ୍ଟାରେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

ତେବେ ଆଜି ଆଗାମୀ ୩ ଘଣ୍ଟା ମଧ୍ୟରେ ଅନୁଗୁଳ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ବର୍ଷା ଏବଂ ବଜ୍ରପାତ ହେବା ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ୧୩ ତାରିଖ ଯାଏ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ତେବେ ୧୪ରୁ ପୁଣି ବର୍ଷାର ବିସ୍ତୃତି ବଢ଼ିପାରେ। ୧୫ ଓ ୧୬ ତାରିଖରେ ବଡ଼ ବର୍ଷାର ସମ୍ଭାବନା ରହିଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ଆସନ୍ତା ୧୪ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ। ଏହାଦ୍ବାରା ମୁଖ୍ୟତଃ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ଯାହାର ପ୍ରଭାବରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବର୍ଷାର ପରିମାଣ ବଢ଼ିପାରେ । ସେପଟେ ଉପରମୁଣ୍ଡରେ ବର୍ଷା ଥମିବାରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମିଯାଇଛି । ଫଳରେ ହୀରାକୁଦର ଗତକାଲି ୪ଟି ଗେଟ୍ ବନ୍ଦ କରି ଦିଆଯାଇଛି ।

 

Comments are closed.