Latest Odisha News

BREAKING NEWS

ଚମତ୍କାର ପ୍ରଦର୍ଶନ ସତ୍ୱେ ଅଳ୍ପକେ ହାତଛଡା ହୋଇଯାଇଥିଲା ପଦକ

ପ୍ୟାରିସ: ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୬ ପଦକ ହାସଲ କରିଥିଲେ ମଧ୍ୟ ଅଳ୍ପକେ ଆଉ କେତେକ ସୁଯୋଗ ହାତଛଡା କରିଥିଲା । ଆସନ୍ତୁ ନଜର ପକାଇବା କେଉଁ ଇଭେଂଟରେ ପଦକ ହାତଛଡା ହୋଇଥିଲା । ରେସଲିଂରେ ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ ମଧ୍ୟ ମୁକାବିଲା ପୂର୍ବରୁ ଅଧିକ ଓଜନ ଯୋଗୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏବେ ସେ ଏ ନେଇ ସିଏଏସର ଦ୍ୱାରସ୍ତ ହୋଇଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତେବେ ଭାରତର ଆଉ ଏକ ପଦକ ବୃଦ୍ଧି ହୋଇପାରେ ।

ଚିରାଗ-ସାତ୍ୱିକ: ପୁରୁଷ ଡବଲ୍ସ ବ୍ୟାଡମିଂଟନରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ଶେଟ୍ଟୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ସେମିରେ ପ୍ରଥମ ଗେମ ଜିତିବା ସତ୍ୱେ ଫର୍ମ ବଜାୟ ନ ରଖିପାରିବା ଏବଂ ଅନାବଶ୍ୟକ ତ୍ରୁଟି ଯୋଗୁ ବିଦାୟ ନେଇଥିଲେ ।
ନିଶା ଦାହିୟା: ମହିଳା ରେସଲର ନିଶା ଦାହିୟା ୬୮ କିଗ୍ରା ଫ୍ରିଷ୍ଟାଇଲରେ ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଥିଲେ । କ୍ୱାର୍ଟର ଫାଇନାଲରେ ୮-୧ରେ ଅଗ୍ରଣୀ ରହିବା ପରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଶେଷରେ ୧୦-୮ରେ ହାରି ପଦକ ଦୌଡରୁ ବାଦ ପଡିଥିଲେ ।ଧୀରଜ ଏବଂ ଅଙ୍କିତା: ଭାରତର ମିକ୍ସଡ ତୀରନ୍ଦାଜୀ ଟିମ ଧୀରଜ ବୋମ୍ମାଦେଭେରା ଓ ଅଙ୍କିତା ଭକତ ବ୍ରୋଞ୍ଜ ପଦକ ମୁକାବିଲା ପର୍ଯ୍ୟନ୍ତ ସହଜରେ ଉନ୍ନୀତ ହୋଇଥିଲେ । ତେବେ ପଦକ ମୁକାବିଲାରେ ସେମାନେ ଆମେରିକୀୟ ଯୋଡିଙ୍କ ନିକଟରୁ ୨-୬ରେ ହାରି ଯାଇଥିଲେ ।
ଅନନ୍ତଜିତ ଓ ମାହେଶ୍ୱରୀ: ଶୁଟିଂ ସ୍କିଟ ମିକ୍ସଡ ଟିମ ଇଭେଂଟରେ ଅନନ୍ତଜିତ ସିଂ ନାରୁକା ଓ ମାହେଶ୍ୱରୀ ଚୌହ୍ୱାନ ମାତ୍ର ଗୋଟିଏ ପଂଏଟ ପାଇଁ ବ୍ରୋଞ୍ଜ ପଦକ ହାତଛଡା କରିଥିଲେ । ଚାଇନା ଯୋଡି ସେମାନଙ୍କୁ ପଛରେ ପକାଇ ଦେଇଥିଲେ ।
ଅର୍ଜୁନ ବାବୁତା: ଶୁଟର ଅର୍ଜୁନ ବାବୁତା ୧୦ ମିଟର ଏୟାର ରାଇଫଲ ଇଭେଂଟରେ ୪ର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । କ୍ରୋଏସିଆର ମିରାନ ମାର୍ସିସଙ୍କ ଠାରୁ ସେ ମାତ୍ର ୧.୪ ପଂଏଟ ପଛରେ ରହି ବ୍ରୋଞ୍ଜ ପଦକ ହାତଛଡା କରିଥିଲେ ।ମନୁ ଭାକର: ମନୁ ଭାକର ଶୁଟିଂରେ ୨ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ସେ ୨୫ ମିଟର ପିସ୍ତଲ ର‌୍ୟାପିଡ ଫାୟାର ଇଭେଂଟରେ ହଙ୍ଗେରୀର ମେଜର ଭେର୍ନୋକିକାଙ୍କଠାରୁ ହାରି ୪ର୍ଥ ସ୍ଥାନରେ ରହିଥିଲେ ।ଲକ୍ଷ୍ୟ ସେନ: ଭାରତର ନୂଆ ବ୍ୟାଡମିଂଟନ ତାରକା ଲକ୍ଷ୍ୟ ସେନ ସେମିରେ ପ୍ରବେଶ କରି ଇତିହାସ ରଚିଥିଲେ । ବ୍ରୋଞ୍ଜ ପଦକ ମୁକାବିଲାରେ ମାଲେସିଆର ଲି ଜିଆ ଜିଙ୍କ ବିପକ୍ଷରେ ପ୍ରଥମ ଗେମ ଜିତିଥିଲେ ମଧ୍ୟ ବାକି ୨ଟି ଗେମ ହାରି ଯାଇଥିଲେ । ସେ ଏହି ମ୍ୟାଚ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ ।ନିଶାନ୍ତ ଦେବ: ପୁରୁଷ ୭୧ କିଗ୍ରା ବକ୍ସିଂରେ ନିଶାନ୍ତ ଦେବ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଥିଲେ । ପ୍ରଥମ ରାଉଣ୍ଡରେ ନିଶାନ୍ତ ଜିତିଥିଲେ । ବାକି ୨ଟି ରାଉଣ୍ଡରେ ସେ ଭଲ ପ୍ରଦର୍ଶନ କରୁଥିବା ଜଣା ପଡିଥିଲେ ମଧ୍ୟ ରେଫରୀ ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜୟୀ କରାଇଥିଲେ ।
ମୀରାବାଇ ଚାନୁ: ୪୯ କିଗ୍ରା ମହିଳା େଓଟଲିଫ୍ଟିଂରେ ମୀରାବାଇ ଚାନୁ ୪ର୍ଥ ସ୍ଥାନରେ ରହିଥିଲେ । ମ୍ୟାଚ ଅବସରରେ ପିରିୟଡ ସମସ୍ୟା ତାଙ୍କୁ ପଦକ ହାସଲ କରିବାରେ ବାଧା ସୃଷ୍ଟି କରାଇଥିଲା ।

Comments are closed.