Latest Odisha News

BREAKING NEWS

ଜିରା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀକୁ ଡେଇଁ ଅନେକ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ପୁଣି ଆଜି ଏଭଳି ଏକ ଘଟଣା ବରଗଡରେ ଦେଖିବାକୁ ମିଳିଛି । ଜିଲ୍ଲାର ୱାର୍ଡ ନମ୍ବର ୨ ବାଲିଟିକ୍ରା ଜିରା ନଦୀରୁ ଆଜି ସକାଳ ୮ ସମୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଖବର ମୁତାବକ, ମୃତ ଯୁବକ ଜଣକ ହେଲେ ରାଧେଶ୍ୟାମ ଭୁଏ (୨୭) । ଗତକାଲି ବାଲିଟିକ୍ରାର ରାଧେଶ୍ୟାମ ଓ ତାଙ୍କ ଦୁଇ ଜଣ ସାଙ୍ଗ ଜିରା ନଦୀକୁ ଅପରାହ୍ନ ୫ଟା ସମୟରେ ଗାଧୋଇବାକୁ ଯାଇଥିଲେ, ହେଲେ ରାଧେଶ୍ୟାମ ଆଉ ଘରକୁ ଫେରି ନ ଥିଲେ । ଏନେଇ ଦୁଇଜଣ ସାଙ୍ଗ ରାତିରେ ରାଧେଶ୍ୟାମର ପରିବାର ଲୋକଙ୍କୁ ଗାଧୋଇଯାଇଥିବା ଘଟଣା ବିଷୟରେ ଜଣାଇଥିଲେ ।

ଏତେ ସମୟ ପର୍ଯ୍ୟନ୍ତ କାହିଁକି ଫେରି ନାହିଁ ବୋଲି କହିବାରୁ ପରିବାର ଲୋକେ ରାତିରେ ବହୁତ ଖୋଜା ଖୋଜି କରିଥିବା ଓ ରାଧେଶ୍ୟାମକୁ ପାଇ ନ ଥିବା ବେଳେ ରାତିରେ ପୋଲିସ କୁ ଜଣାଇ ଥିଲେ l

ଆଜି ବରଗଡ଼ ଅଗ୍ନିଶମ ବିଭାଗ ଓ ଟାଉନ ପୋଲିସ ନଦୀରେ ବହୁ ଖୋଜାଖୋଜି କରିବା ପରେ ରାଧେଶ୍ୟାମଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Comments are closed.