Latest Odisha News

‘କଙ୍ଗୁଭା’ ଟ୍ରେଲର ରିଲିଜ; ବବି ଦେବଲଙ୍କ ଭିଲେନ ଲୁକ୍ କୁ ମିଳୁଛି ଜବରଦସ୍ତ ରେସପନ୍ସ

ମୁମ୍ବାଇ: ଅକ୍ଟୋବର ୧୦ ରେ ସୂର୍ଯ୍ୟାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରିଲିଜ ହେବ । ତେବେ ସୂର୍ଯ୍ୟାଙ୍କ ପ୍ରଶଂସକଙ୍କ ଅପେକ୍ଷା ର ଅନ୍ତ ଘଟିଛି, କାରଣ ସାଉଥ ସୁପରଷ୍ଟାରର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ‘କଙ୍ଗୁଭା’ ର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଏହି ଫିଲ୍ମ ର ନାମ ଘୋଷଣା ହେବା ଦିନଠାରୁ ଚର୍ଚ୍ଚାରେ ରହିଆସିଛି ।

ଯେତେବେଳେ ନିର୍ମାତା ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ, ଏହା ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଗଲା । ବର୍ତ୍ତମାନ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

‘କଙ୍ଗୁଭା’ ର ନିର୍ଦ୍ଦେଶନା ଦେଇଛନ୍ତି ଦକ୍ଷୀଣର ଜଣାଶୁଣା ନିର୍ଦ୍ଦେଶକ ଶିବ । ଷ୍ଟୁଡିଓ ଗ୍ରୀନ୍ ରେ ଏହା ପ୍ରସ୍ତୁତ ହୋଇଥିବାବେଳେ ଏହାର ବଜେଟ୍ ୩୫୦ କୋଟିରୁ ଅଧିକ ଅଟେ । ‘କଙ୍ଗୁଭା’ ଦୁଇଟି ଭିନ୍ନ ସମୟର କାହାଣୀ ଉପସ୍ଥାପନ କରିବ ।

ସୂର୍ଯ୍ୟା ଶିବକୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଙ୍ଗୁଭା’ ରେ ସୂର୍ଯ୍ୟାଙ୍କୁ ଜଣେ ଶକ୍ତିଶାଳୀ ଯୋଦ୍ଧା ଏବଂ ଆନିମଲ ପରେ ବବି ଦେଓଲ ପୁଣି ଥରେ ଭିଲେନ୍ ଭାବରେ ନଜର ଆସିବେ । ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ସୂର୍ଯ୍ୟାଙ୍କ ବିପକ୍ଷରେ ଦିଶା ପଟାନି ନଜର ଆସିବେ ।

ଏମାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ନଟାରାଜନ ସୁବ୍ରମଣ୍ୟମ୍, ଜଗପତି ବାବୁ, ଯୋଗୀ ବାବୁ, ରେଡିନ କିଙ୍ଗସଲେ, କୋବଇ ସରଲା, ଆନନ୍ଦରାଜ, ରବି ରାଘବେନ୍ଦ୍ର ଏବଂ ଅନ୍ୟାନ୍ୟ ଅଭିନେତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

Comments are closed.