Latest Odisha News

BREAKING NEWS

ଚାଷୀଙ୍କ ପାଇଁ ଖୁସି ଖବର; ଏହି ଦିନ ମିଳିବ ସିଏମ କିଷାନ ଟଙ୍କା

ଭୁବନେଶ୍ବର: କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ବନ୍ଦ୍ବ ମଧ୍ୟରେ ଆସିଲା ଖୁସି ଖବର । ଚାଷୀଙ୍କୁ ଟଙ୍କା ଦେବେ ମୋହନ ସରକାର । ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଯିବ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା । କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି ।

ତେବେ ସେପ୍ଟେମ୍ବର ୮ରେ ପଡୁଥିବା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ।

Comments are closed.