Latest Odisha News

BREAKING NEWS

ମୃତ୍ୟୁ ହେବା ଭୟରେ ମେଡ଼ିକାଲକୁ ଯାଉନଥିଲେ ରୋଗୀ, ବୁଝେଇଲେ ବିଡ଼ିଓ

ନବରଙ୍ଗପୁର: ଯୁଗ ଯେତେ ଆଗେଇଲେ ମଧ୍ୟ ଏବେବି ଗାଁ ଗହଳିରେ ଦେଖିବାକୁ ମିଳୁଛି ଝଡ଼ା ଫୁଙ୍କା । ଏବେବି ଅନେକ ଲୋକ ରୋଗ ହେଲେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯାଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗ୍ରାମରେ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କିଛି ରୋଗୀ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଗତ ଦୁଇ ଦିନ ଧରି ମେଡ଼ିକାଲ ନ ଯାଇ ଘରେ ଚିକିତ୍ସିତ ହେଉଥିଲେ। ଏନେଇ ଖବର ମିଳିବା ପରେ ନନ୍ଦାହାଣ୍ଡି ବିଡ଼ିଓ ରୋଗୀ ମାନଙ୍କୁ ବୁଝାସୁଝା କରି ଆକ୍ରନ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ, ଦଣ୍ଡସେନାଗୁଡା ଗ୍ରାମରେ ଗତ ୪ ଦିନରେ ଝାଡାବାନ୍ତି ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ମେଡିକାଲ ଗଲେ ମୃତ୍ୟୁ ହେଉଥିବା ଭାବି ଅନ୍ୟ ଆକ୍ରାନ୍ତମାନେ ଭୟରେ ମେଡିକାଲ ନା ଯାଇ ଝଡାପୁଙ୍କା କରିବାକୁ ଘରେ ରହି ଚିକିତ୍ସିତ ହେଉଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଅନେକ ସମୟ ଧରି ବୁଝା ସୁଝା କରବା ସହିତ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏଥିସହ ଲୋକ ଙ୍କୁ ଅନ୍ଧ ବିଶ୍ୱାସ ଠାରୁ ଦୂରରେ ରହିବା ପାଇଁ ଲୋକଙ୍କୁ ସହଯୋଗ ଭିକ୍ଷା କରିବା ସହ ରୋଗୀ ଙ୍କୁ ମେଡ଼ିକାଲ ରେ ରହି ସେମାନେ ଙ୍କ ଚିକତ୍ସା ରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ l

Comments are closed.