Latest Odisha News

ଆସାମର ୨୪ ସ୍ଥାନରେ ବୋମା; ଉଲ୍ଫା(ଆଇ)ର ଧମକପରେ ସର୍ଚ୍ଚ ଅପରେସନ ଆରମ୍ଭ

ଗୌହାଟି: ଦେଶ ପାଳୁଛି ସ୍ବାଧୀନତା ଦିବସ। ଏହି ଅବସରରେ ଆସାମରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଉଲ୍ଫା(ଆଇ) ରାଜ୍ୟର ୨୪ଟି ସ୍ଥାନରେ ବୋମା ରଖିଥିବା ଦାବି କରିଛି। ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା ବେଳେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ନିଦ ହଜାଇ ଦେଇଛି ଏହି ଧମକ।

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିବାକୁ ବୋମା ନିଷ୍କ୍ରିୟକାରୀ ଦଳ ସହ ପୋଲିସର ଏକାଧିକ ଟିମକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ପୋଲିସ ସବୁ ସ୍ଥାନରୁ ବୋମା ଜବତ କରି ନିଷ୍କ୍ରିୟ କରିଥିଲା। ଏହି କାରଣରୁ ରାଜ୍ୟରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ (ୟୁଏଲ୍ଏଫ୍ଏ) (ଇଣ୍ଡିପେଣ୍ଡେଣ୍ଟ) ପକ୍ଷରୁ ଏକାଧିକ ଗଣମାଧ୍ୟମ ଚ୍ୟାନେଲକୁ ପଠାଯାଇଥିବା ଇ-ମେଲରେ ଆତଙ୍କବାଦୀ ସଂଗଠନ ଦାବି କରିଛି ଯେ ବୈଷୟିକ ତ୍ରୁଟି ଯୋଗୁଁ ବୋମା ବିସ୍ଫୋରଣ ହୋଇନାହିଁ।

ତେବେ ପୋଲିସ ଟିନସୁକିଆ, ଡିବ୍ରୁଗଡ, ନାଗାଓଁ, ଲକ୍ଷ୍ମୀପୁର ଶିବସାଗର, ନାଗାଓଁ, ନଲବାରୀ, ତମୁଲପୁର ଏବଂ ଗୋଲାଘାଟ ଜିଲ୍ଲା ତଥା ଆଶ୍ରମ ରୋଡ, ପାନବାଜର, ଜୋରାବତ, ଭେଟାପାରା, ମାଲିଗାଓଁ ଏବଂ ରାଜଗଡର ସମସ୍ତ ରାସ୍ତାକୁ ବନ୍ଦ କରି ଦେଇଛି।

Comments are closed.