Latest Odisha News

ଓଜନ କମାଇବା ପ୍ରକ୍ରିୟା ବେଳେ ମୋତେ ଲାଗିଲା ଭିନେଶ ମରିଯିବେ…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ମହିଳା ରେସଲିଂରେ ଭାରତର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଫାଇନାଲ ପୂର୍ବ ଦିନ ଭିନେଶ ତାଙ୍କ ଓଜନ କମାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଏପରିକି ଏହି ପ୍ରକ୍ରିୟା ବେଳେ ମୋତେ ଲାଗିଲେ ଭିନେଶ ମରିଯିବେ । କୋଚ ୱାକର ଅକୋସଙ୍କ ଏହି ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ଅବଶ୍ୟ ପରେ ସେ ଏହି ପୋଷ୍ଟ ଡିିଲିଟ କରି ଦେଇଥିଲେ । କଠିନ ପରିଶ୍ରମ ସତ୍ୱେ ଭିନେଶ ୧୦୦ ଗ୍ରାମ ପଛରେ ରହି ଯାଇଥିଲେ । ଯଦି ଆଉ ୫୦ ଗ୍ରାମ କମିଥାନ୍ତା ତେବେ ସେ ଫାଇନାଲ ଖେଳି ପାରିଥାନ୍ତେ ।

ଭିନେଶ ମଧ୍ୟରାତ୍ରରୁ ସକାଳ ପର୍ଯ୍ୟନ୍ତ ପରିଶ୍ରମ କରିଥିଲେ । ଶେଷରେ ସେ ହାଲିଆ ହୋଇ ପଡି ଯାଇଥିଲେ । ସୂଚନାଯୋଗ୍ୟ, ଭିନେଶ ସିଏଏସ ନିକଟରେ ରୌପ୍ୟ ପଦକ ପ୍ରଦାନ କରିବା ନିମନ୍ତେ ଆବେଦନ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଛି । ଅଲିମ୍ପିକ୍ସ ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଛନ୍ତି ।

Comments are closed.