Latest Odisha News

BREAKING NEWS

ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଭାରତୀୟ ରେସଲର ବଜରଙ୍ଗ ପୁନିଆ ଜାତୀୟ ପତାକା ପୋଷ୍ଟର ଉପରେ ଗୋଡ ରଖି ବିବାଦରେ ପଡିଛନ୍ତି । ଭିନେଶ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ତାଙ୍କ ପାଇଁ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା । ଏହି ଅବସରରେ ବଜରଙ୍ଗ ବୋନେଟ ଉପରେ ଛିଡା ହୋଇ ଭୀଡ ନିୟନ୍ତ୍ରଣ କରୁଥିଲେ । ବୋନେଟରେ ତ୍ରିରଙ୍ଗାର ପୋଷ୍ଟର ଲଗା ଯାଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ଏହା ଖୁବ ଶୀଘ୍ର ଭାଇରାଲ ହୋଇଥିଲା । ଅଧିକାଂଶ ୟୁଜର୍ସ ଏହା ତ୍ରିରଙ୍ଗାର ଅପମାନ ଭାବେ ବିବେଚନା କରୁଥିବା ବେଳେ ଅନ୍ୟମାନେ ସେ ଅଜାଣତରେ ଏହା କରିଥିବା କହିଛନ୍ତି ।

ସୂଚନାଯୋଗ୍ୟ, ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଭିନେଶ ଫୋଗଟ ମହିଳା ରେସଲିଂ ୫୦ କିଗ୍ରା ବିଭାଗର ଫାଇନାଲରେ ପ୍ରବେଶ କରିଥିଲେ । ତେବେ ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ cସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ସିଏଏସରେ ରୌପ୍ୟ ପଦକ ନେଇ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇ ଯାଇଥିଲା ।

Comments are closed.