Latest Odisha News

କୋଲକାତା ଲଜ୍ଜା: ବିଜେପି ନେତାଙ୍କ ସମେତ ଦୁଇ ଡାକ୍ତରଙ୍କୁ ସମନ ଜାରି କଲା ପୋଲିସ

କୋଲକାତା: କୋଲକାତା ଅମାନବୀୟ ଘଟଣାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଭ୍ରମିତ କଲା ଭଳି କଥା କହିଥିବାରୁ କୋଲକାତା ବିଜେପି ନେତା ଲକେଟ୍ ଚାଟ୍ଟାର୍ଜିଙ୍କ ସହିତ ଉକ୍ତ ସରକାରୀ ମେଡିକାଲ କଲେଜର ଦୁଇ ଡାକ୍ତରଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

କୋଲକାତା ଆରଜି କର ମେଡିକାଲ କଲେଜରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟାର ଏବେ ଖୋଳତାଳ କରୁଛି ସିବିଆଇ । ଦେଶବ୍ୟାପି ଜାରି ରହିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ବିକ୍ଷୋଭ ପ୍ରଦର୍ଶନ । ଏହାରି ଭିତରେ କୋଲକାତା ପୋଲିସ୍ ବିଜେପିର ଜଣେ ନେତା ଲକେଟ୍ ଚାଟ୍ଟାର୍ଜି ଓ ଦୁଇ ଡାକ୍ତର ସୁବର୍ଣ୍ଣ ଗୋସ୍ବାମୀ ଏବଂ କୁନାଲ ସରକାର ଙ୍କୁ ପୀଡିତାଙ୍କ ବିଷୟରେ ଭୁଲ୍ ତଥ୍ୟ ପ୍ରଚାର କରୁଥିବା ଅଭିଯୋଗରେ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି । କିନ୍ତୁ ଏମିତି କିଛି ନୋଟିସ ପାଇନାହାନ୍ତି ବୋଲି କହିଛନ୍ତି ଡକ୍ଟର ସୁବର୍ଣ୍ଣ । ସେପଟେ ଡକ୍ଟର କୁନାଲ କହିଛନ୍ତି, ମୁଁ ନୋଟିସ ପାଇଛି, ଯେହେତୁ ଜରୁରୀ କାମରେ ବାହାରକୁ ଆସିଛି, ତେଣୁ ଆସନ୍ତାକାଲି ଯାଇ ଭେଟିବି ।

ତେବେ ବିଜେପି ନେତାଙ୍କୁ ନେଇ ପୋଲିସ କହିଛି, ବିଜେପି ପୂର୍ବତନ ସାଂସଦ ଲକେଟ ଚାଟ୍ଟର୍ଜିଙ୍କୁ ବି ପଚରାଉଚରା ପାଇଁ ନୋଟିସ୍ ଯାଇଛି । ସେ ପୀଡିତାଙ୍କ ପରିଚୟ ସାର୍ବଜନୀନ କରିବା ସହିତ ଯାଞ୍ଚ ପ୍ରକ୍ରିୟାକୁ ନେଇ ଭୁଲଭାଲ ତଥ୍ୟ ଦେଇଛନ୍ତି । ସେଥିପାଇଁ ତାଙ୍କୁ ଆଜି ଅପରାହ୍ଣ ୩ଟା ବେଳେ ଥାନାକୁ ଆସିବାକୁ କୁହାଯାଇଛି ।

ତେବେ କହିରଖୁଛୁ, ଗତ ୮-୯ ତାରିଖରେ କୋଲକାତା ଆରଜିକର ମେଡିକାଲ କଲେଜ ସେମିନାର ହଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଉକ୍ତ କଲେଜରେ ସେ ମେଡିକାଲରେ ସ୍ନାତକ କରୁଥିବା ୨ୟ ବର୍ଷର ଛାତ୍ରୀ ଥିଲେ । ତାଙ୍କୁ ସେହି କଲେଜର ସେମିନାର ହଲରୁ ଗୁରୁତର ଆହତ ଅବସ୍ଥାରେ ଦେଖି ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଥିଲା । ଏହି ମାମଲାରେ ପ୍ରାଥମିକ ସ୍ତରରେ ସିବିଆଇ ଜଣେ ଅଭିଯୁକ୍ତ ସଂଜୟ ରଏଙ୍କୁ ଗିରଫ କରି ଯାଞ୍ଚ ଜାରି ରଖିଛି ।

Comments are closed.