Latest Odisha News

BREAKING NEWS

୨୨ରେ ଇଡି ଅଫିସ ଘେରିବ କଂଗ୍ରେସ, ଶକ୍ତି ପ୍ରଦର୍ଶନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ ଘେରିବ କଂଗ୍ରେସ। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ୨୨ ତାରିଖ ଗୁରୁବାର ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ନୟାପଲ୍ଲି ସ୍ଥିତ ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆଜି ଭୁବନେଶ୍ୱର କଂଗ୍ରେସ ଭବନଠାରେ ପୃଥକ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ ଅଧ୍ୟକ୍ଷତା କରିଛନ୍ତି। ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପିସିସିର ସମସ୍ତ ଛାମୁଆ ସଂଗଠନ ଏବଂ ଅନ୍ୟାନ ସାମ୍ମୁଖ୍ୟ ପୂର୍ବତନ କର୍ମକର୍ତା ମାନଙ୍କ ସହ ବୈଠକ ହୋଇଛି।

ସାଧାରଣ ନିର୍ବାଚନ ପରେ କଂଗ୍ରେସର ଏହା ପ୍ରଥମ ରାଜ୍ୟସ୍ତରୀୟ ବିକ୍ଷୋଭ। ଲାରା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କାର୍ଯ୍ୟକ୍ରମର ସଂଯୋଜକ ମୋକିମ କହିଛନ୍ତି। ଏହି ବୈଠକରେ ଉପରକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

Comments are closed.