Latest Odisha News

BREAKING NEWS

ବି-ଟାଉନରେ ରକ୍ଷା ବନ୍ଧନ ଉତ୍ସବ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସେଲିବ୍ରିଟିଙ୍କ ଫଟୋ

ମୁମ୍ବାଇ: ଆଜି ସାରା ଦେଶ ରକ୍ଷାବନ୍ଧନ ପର୍ବ ପାଳନ ହେଉଛି। ଭଉଣୀମାନେ ଭାଇଙ୍କୁ ରାକ୍ଷୀ ବାନ୍ଧି ବନ୍ଧୁଛନ୍ତି। ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ଭାଇମାନେ ପ୍ରତିଶ୍ରୁତି ଦେଉଛନ୍ତି। ଏହି ସମୟରେ ବଲିଉଡର ସେଲିବ୍ରେଟମାନେ ମଧ୍ୟ ସୁନ୍ଦର ପର୍ବ ରାକ୍ଷୀ ପାଳନ କରୁଛନ୍ତି। ବଲିଉଡର ସେଲିବ୍ରିଟିମାନେ ନିଜ ଶୈଳୀରେ ରକ୍ଷାବନ୍ଧନ ପର୍ବ ପାଳନ କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଅନେକ ବଲିଉଡ ସେଲିବ୍ରିଟି।

ବଲିଉଡ ଅଭିନେତା ସନ୍ନି ଦେଓଲ ହୁଏତ ଏଥର ରାକ୍ଷୀ ପର୍ବ ପାଳନ କରିପାରିବେ ନାହିଁ। ସେ ନିଜ ଇନଷ୍ଟାଗ୍ରାମରେ ଭଉଣୀ ସହିତ ପିଲାଦିନର ଫଟୋ ସେୟାର କରିଛନ୍ତି ଏବଂ ରକ୍ଷା ୃବନ୍ଧନର ଅଭିନନ୍ଦନ ଜଣାଇଛନ୍ତି। ସନ୍ନି ଦେଓଲଙ୍କର ଦୁଇଜଣ ପ୍ରକୃତ ଭଉଣୀ ଅଛନ୍ତି, ଯାହାର ନାମ ଅଜିତା ଏବଂ ବିଜେତା। ଦୁହେଁ ଲାଇମଲାଇଟ୍ ଠାରୁ ବହୁତ ଦୂରରେ ରୁହନ୍ତି, ସେଥିପାଇଁ ବହୁତ କମ୍ ଲୋକ ସେମାନଙ୍କ ବିଷୟରେ ଜାଣନ୍ତି। ବିଜେତା ତାଙ୍କ ପରିବାର ସହିତ ଦିଲ୍ଲୀରେ ରୁହନ୍ତି ଏବଂ ଅଜିତା ଆମେରିକାର ଜଣେ ମନୋବିଜ୍ଞାନ ଶିକ୍ଷକ ଅଟନ୍ତି। ଏଥିରୁ ଜଣାପଡୁଛି ଯେ ରାକ୍ଷାବନ୍ଧନରେ ସନ୍ନି ଦେଓଲଙ୍କୁ ରାକ୍ଷୀ ବାନ୍ଧିବାକୁ କେହି ଆସି ନାହାଁନ୍ତି।

ବି-ଟାଉନ୍ ଅଭିନେତ୍ରୀମାନେ ନିଜ ଭାଇଙ୍କୁ ରାକ୍ଷୀ ବନ୍ଧୁଛନ୍ତି। କିନ୍ତୁ ଏପରି କିଛି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯାହାର କୌଣସି ଭାଇ ନାହାଁନ୍ତି। ତେଣୁ ସେମାନେ ନିଜ ଭଉଣୀମାନଙ୍କୁ ରାକ୍ଷୀ ବାନ୍ଧି ଏହି ପର୍ବ ପାଳୁଛନ୍ତି। ଅଭିନେତ୍ରୀ ଭୁମି ପେଡନେକରଙ୍କ ଭଉଣୀ ସମିକ୍ଷାଙ୍କ ଦ୍ୱାରା ରାକ୍ଷୀ ବନ୍ଧାଇଛନ୍ତି। ଭୁମି ଇନଷ୍ଟାଗ୍ରାମରେ ରାକ୍ଷୀ ବାନ୍ଧିବା ସମୟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଭଉଣୀ ସମିକ୍ଷାଙ୍କ ମୁଣ୍ଡରେ ହାତ ରଖି ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଉଥିବାର ନଜର ଆସିଛନ୍ତି।

ଅଭିନେତ୍ରୀ ହୁମା କୁରେଶି ମଧ୍ୟ ରାକ୍ଷୀ ପର୍ବ ପାଳନ କରିଛନ୍ତି। ଅଭିନେତ୍ରୀ ତାଙ୍କ ଭାଇ ସାକିବ ସଲିମଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ସେହିପରି ବି-ଟାଉନରେ ଆଜି ସମସ୍ତେ ରକ୍ଷାବନ୍ଧନ ପାଳନ କରୁଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Comments are closed.