Latest Odisha News

BREAKING NEWS

କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ

ଗଞ୍ଜାମ: ଯେଉଁ ବାପାର ଦିନେ ହାତ ଧରି ଚାଲିବା ଶିଖିଥିଲା, ସେହି ଜନ୍ମଦାତାର ଜୀବନ ନେବାକୁ ତିଳେ ହେଲେ କୁଣ୍ଠାବତ କଲାନି ଜନ୍ମକଲା ପୁଅ । ବାପା ମୁଣ୍ଡକୁ ପିଟି ପିଟି ହତ୍ୟା କଲା ରାକ୍ଷସ ପୁଅ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧୀନ ଅଯୋଧ୍ୟା ନଗରରେ ।

ମୃତକ ହେଲେ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣି ଗରିବବନ୍ଧୁ ପଣ୍ଡା (୭୪) । ହତ୍ୟାକାରୀ ପୁଅ ହେଲା ସନ୍ଦୀପ ପଣ୍ଡା । ସେ ତାଙ୍କର କିନ୍ନର ପ୍ରେମିକା ଶ୍ରୀୟାଙ୍କ ସହି ମିଶି ଏହି ହତ୍ୟା କାଣ୍ଡ ଘଟାଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଉଭୟଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ।

ଖବର ମୁତାବକ, ଗରିବବନ୍ଧୁ ପଣ୍ଡା ଜଣେ ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣୀ । ତାଙ୍କ ପୁଅ ସନ୍ଦୀପ ପଣ୍ଡା ଜଣେ ଇଞ୍ଜିନିୟର ହୋଇଥିବା ବେଳେ ସେ ମହାରାଷ୍ଟ୍ରର ଥାନେ ଶିବାଜୀନଗର ଅଞ୍ଚଳର ଶ୍ରୀୟାଙ୍କ ସହିତ ପ୍ରେମ ସନମ୍ପର୍କରେ ଥିଲେ । ଶ୍ରୀୟାଙ୍କର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା ।

୧୫ ତାରିଖ ରାତିରେ ଉଭୟେ ମଦ୍ୟପାନ କରିବା ପରେ ଗରିବ ବନ୍ଧୁଙ୍କ ସହ ଝଗଡ଼ା କରିଥିଲେ । ତାଙ୍କ ପେନସନ ଟଙ୍କା ପାଇଁ ଏଟିଏମ୍ କାର୍ଡ ହଡପ କରିବାକୁ ଚେଷ୍ଟା କରୁଥିଲେ । ଗରିବ ବନ୍ଧୁ ଦେବାକୁ ମନା କରିବାରୁ ପରେ ଉଭୟ ରାଗିଯାଇ ତାଙ୍କ ମୁଣ୍ଡକୁ ପିଟିଥିଲେ ଓ ଷ୍ଟିଲ ଆଲମିରା ଫିଙ୍ଗି ଦେଇଥିଲେ । ଏହାପରେ ଗରିବ ବନ୍ଧୁଙ୍କ ମୃତ୍ୟୁ ଘଟିଥିଲା ।

Comments are closed.