Latest Odisha News

ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ଛୁରୀ ଭୁସି ହତ୍ଯା କଲା ଭାଇ

ବ୍ରହ୍ମପୁର: ଦି’ପହରରେ ସାନ ଭାଉଣୀକୁ ଅତି ବୀଭତ୍ସ ଭାବେ ଛୁରୀରେ ଭୁଷି ହତ୍ୟା କରିଛି। ଏପରି ହୃଦୟବିଦାରକ ଘଟଣା ବ୍ରହ୍ମପୁରର ବଡ଼ବଜାର ଥାନା ଅଧିନ ଜଗନ୍ନାଥ ବିହାର ଅଞ୍ଚଳରେ ଘଟିଛି।

ମୃତକ ଜଣକ ୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଶ୍ରାଦ୍ଧ ପୂଜା ପାଇଁ ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ଦୁହିଁଙ୍କ ସହ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ।

ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଯାଇ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଛୁରା ମାଡ଼ କରି ଫେରାର ହୋଇଯାଇଥିବା ଆଶୁତୋଷ ଏକ ବସ୍ ଧକ୍କାରେ ଆହତ ହୋଇପଡିଥିବା ଜଣାପଡିଛି।

Comments are closed.