Latest Odisha News

ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ଖାଦ୍ୟ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ବର: ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଦର ବୃଦ୍ଧି ରୋକିବାକୁ ରେଡ୍। ଭୁବନେଶ୍ୱର ୧ନଂ ହାଟରେ ବିଏମସି ଓ ଯୋଗାଣ ବିଭାଗର ଚଢ଼ାଉ । ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ମିଳିତ ରେଡ୍ । ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି।

ଦରଦାମର ପୁରୁଣା ଷ୍ଟିକର ଲଗାଇଥିବା ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଚଢାଉ କରୁଥିବା ଟିମ୍ । ନିକଟରେ ଯୋଗାଣ ମନ୍ତ୍ରୀ କହିଥିଲେ ଦର ନିୟନ୍ତ୍ରଣ ରହିଛି। କିନ୍ତୁ ଏବେ ବି ବଜାରରେ ଖାଦ୍ୟ ସାମଗ୍ରୀର ଦର ଅଧିକ ରହିଛି।

ଏକ ନମ୍ବର ହାଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ରହିଛି ଚଢ଼ାଉ। ଏହାସହ ଷ୍ଟକ୍ ଚେକ୍ କରୁଛି ଟିମ୍। ଆଳୁ ଦରର ବୋଝ ଖାଉଟିଙ୍କ ଉପରୁ ନଯାଉଣୁ ଏବେ ବଜାରରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ଅନେକ ସ୍ଥାନରେ ପିଆଜ କେଜି ପିଛା ୫୦ରୁ ୫୫ ଟଙ୍କା ଯାଏଁ ବିକ୍ରି ହେଉଛି । ଫଳରେ ସାଧାରଣ ଗ୍ରାହକ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ।

Comments are closed.