Latest Odisha News

BREAKING NEWS

ପୁଣି ମଇଦାନରେ ବିଜେପି- ବିଜେଡି ଲଢେଇ, ୬ଟି ବ୍ଲକରେ ଉପନିର୍ବାଚନ

ଭୁବନେଶ୍ବର: ପୁଣି ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବିଜେପି ବିଜେଡି । ଆଜି ରାଜ୍ୟର ୬ଟି ବ୍ଲକରେ ହେବାକୁ ଯାଉଛି ଉପନିର୍ବାଚନ । ଏଥିରେ ବି ବିଜେପି ୨୪ ମହାସଂଗ୍ରାମ ଭଳି ବାଜି ମାରିନେବ ନା ପୁଣି ବିଜେଡି ତାର ଗାଦି ବଞ୍ଚେଇବାରେ ସଫଳ ହେବ ତାକୁ ନେଇ ଚାଲିଛି ଉଭୟ ଦଳର ଅଙ୍କକଷା ।

ସାଧାରଣ ନିର୍ବାଚନର ପ୍ରାୟ ୨ ମାସ ପରେ ଆଜି ହେବାକୁ ଯାଉଛି ୬ଟି ବ୍ଲକରେ ଉପନିର୍ବାଚନ । ନିର୍ବାଚନ ହେବାକୁ ଯାଉଥିବା ୬ ଟି ଯାକ ବ୍ଲକ ବିଜେଡିର ଗଡ । ୨୪ ପଟ ପରିବର୍ତ୍ତନ ପରେ ଉପନିର୍ବାଚନରେ ନିଜ ଗାଦି ସମ୍ଭାଳିବା ବିଜେଡି ପାଇଁ ଏକ ବଡ ଆହ୍ବାନ । ତା ଉପରେ ପୁଣି ଦଳୀୟ କନ୍ଦଳ ଏହାକୁ ଆହୁରି ଚାଲେଞ୍ଜପୂର୍ଣ୍ଣ କରିଛି । ସେହିପରି ୨୪ ବର୍ଷ ପରେ କ୍ଷମତା ପରିବର୍ତ୍ତନ କରି ଓଡିଶା ଶାସନ ଭାର କାନ୍ଧକୁ ନେଇଥିବା ବିଜେପି ସରକାରଙ୍କ ପାଇଁ ମଧ୍ୟ ଏହା ସମ୍ମାନର ପ୍ରଶ୍ନ । ତେବେ ଏହି ୬ ବ୍ଲକ ମଧ୍ୟରୁ ୫ ଟିରେ ବ୍ଲକ ଅଧ୍ୟକ୍ଷା ପାଇଁ ଓ ଗୋଟିଏରେ ଉପାଧ୍ୟକ୍ଷ ପାଇଁ ମୁହାଁମୁହିଁ ହେବେ ବିଜେଡି- ବିଜେପି । ଏହା ସହିତ କେନ୍ଦ୍ରପଡାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ପାଇଁ ଲଢିବେ ।

କେନ୍ଦ୍ରାପଡ଼ା ଜ଼ିଲ୍ଲା ଭିତରେ ଥିବା ୩୨ ଗୋଟି ଜିଲ୍ଲା ପରିଷଦ ଜୋନ ଭିତରୁ ଗତ ପଂଚାୟତ ନିର୍ବାଚନ ରେ ବିଜେଡି  ୩୧ ଗୋଟି ଜୋନ ହାତେଇଥିଲା l ଏହି ଜୋନ ଭିତରୁ ୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଗୀତାଞ୍ଜଳି ସେଠିଙ୍କୁ ବିଜେଡି ସଭାନେତ୍ରୀ ପଦବୀରେ ଅବସ୍ଥାପିତ କରିଥିଲା l ହେଲେ ଗତ ବିଧାନସଭା ନିର୍ବାଚନ ସମୟରେ ଗୀତାଞ୍ଜଳୀ ସେଠି ସଭାନେତ୍ରୀ ପଦବୀରୁ ଇସ୍ଥପl ଦେଇ ବିଜେପିରେ ଯୋଗ ଦେଇଥିଲେ । ପରେ ସେ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରୁ ବିଜେପି ବିଧାୟକ ପାର୍ଥି ଭାବରେ ସାଧରଣ ନିର୍ବାଚନ ଲଢ଼ି ହାରିଥିଲେ । ଫଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଫାଙ୍କା ପଡିଛି l

ସେହିପରି ଗଞ୍ଜାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାହାଣ୍ଡି ବ୍ଲକ ଥିଲା ବିଜେଡି ହାତରେ, ହେଲେ ସେଠିକାର ଅଧ୍ୟକ୍ଷଙ୍କ ମୃତ୍ୟୁ ପରେ ବି ସେ ପଦବୀ ଖାଲି ପଡିଛି । ସେହିପରି ଖଲ୍ଲିକୋଟ ବ୍ଲକରେ ମଧ୍ୟ ମୁହାଁମୁହିଁ ହେବେ ବିଜେପି ବିଜେଡି ।

ଅନ୍ୟପଟରେ କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଏବଂ ନୟାଗଡ଼ର ଭାପୁର ବ୍ଲକରେ ବି ସ୍ଥିତି ସମାନ। ନର୍ଲା ବ୍ଲକ୍ ବିଜେଡି ପାଖରେ ରହିଥିଲା କିନ୍ତୁ ଏବେ ପଟ ପରିବର୍ତ୍ତନ ହୋଇଛି । ସେହିପରି ରାଇଘରରେ ନବୀନା ନାୟକଙ୍କ ଇସ୍ତଫା ପରେ ୨୬ ସମିତି ସଭ୍ୟଙ୍କ ମଧ୍ୟରୁ ୧୮ଟି ବିଜେଡି ଓ ୬ ଟି ବିଜେପି ପାଖରେ ରହିଛି। ଏଥିସହିତ ଭାପୁରରେ ବି ୨୦ ସମିତି ସଭ୍ୟରୁ ୧୭ ଜଣ, ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ସମର୍ଥନରେ ଥିବା  ନଜର ଆସିଛି ଯାହା ବିଜେଡିର ପକ୍ଷରେ ଆସୁଛି ।

Comments are closed.