Latest Odisha News

BREAKING NEWS

ଲକ୍ଷ୍ମୀ ବସ୍ ଯୋଜନାରେ ୩୭୪ କୋଟିର କ୍ଷତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ। ବିଧାନସଭା ବଜେଟ ଅଧିବେଶର ତୃତୀୟ ଦିନରେ ବିରୋଧୀଙ୍କ ହୋହାଲ୍ଲା ଭିତରେ ଆଜି ମଧ୍ୟ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନ। ଏହି କ୍ରମରେ ଲକ୍ଷ୍ମୀ ବସ ଯୋଜନା ବିଷୟ ଉଠାଇ କେତେ ଲାଭ ଓ କେତେ କ୍ଷତି ହୋଇଥିବାର ହିସାବ ମାଗିଥିଲେ ବିଧାୟକ।

ଗୃହରେ ପ୍ରଶ୍ନର ଉତ୍ତର ରଖି ପରିବହନ ମନ୍ତ୍ରୀ କହିଛନ୍ତି ଲକ୍ଷ୍ମୀ ବସ୍ କ୍ଷତିରେ ଚାଲୁଛି। ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ମୀ ବସ୍‌‌ ଗୋଟିଏ ବର୍ଷରେ ମୋଟ ୩୯୯ କୋଟି ୧୨ ଲକ୍ଷ ୪୪ହଜାର ୬୪୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିରୁ ଆଦାୟ ହୋଇଥିଲା ମାତ୍ର ୨୫କୋଟି ୩ଲକ୍ଷ। ଏହି ଯୋଜନାରେ ୩୭୪କୋଟି ୮ଲକ୍ଷ ୫୮ହଜାର ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅକ୍ଟୋବର ୨୦୨୩ରୁ ଅଗଷ୍ଟ ୨୦୨୪ ଯାଏଁ ୧୦ ମାସରେ ଏତିକି କ୍ଷତି ହୋଇଛି। ଲକ୍ଷ୍ମୀ ଯୋଜନାରେ ୧୩୪୦ଟି ବସ୍‌ ଚାଲିଛି। ହେଲେ ଏଥିରେ ୩୯୯ କୋଟି ବ୍ୟୟ ଓ ଆୟ ମାତ୍ର ୨୫ କୋଟି ୩ ଲକ୍ଷ ଟଙ୍କା ହୋଇଥିବା ପରିବହନ ମନ୍ତ୍ରୀ କହିଛନ୍ତି।

Comments are closed.