Latest Odisha News

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍, ମୂଳରୁ ନାଶ ହେବ ଚୋରା ମଦ

ଭୁବନେଶ୍ବର: ଏଣିକି ରାଜ୍ୟରେ ଆଉ ଚାଲିବନି ଡ୍ୟାନ୍ସ ବାର୍ । ରାଜ୍ୟର ଯେଉଁ ଯେଉଁ ବାରରେ ଡ୍ୟାନ୍ସ କାର୍ଯ୍ୟକ୍ରମ ଚାଲିଛି ସେ ସବୁ ବନ୍ଦ ହେବ । ଏମିତି କିଛି ଆଜି ଗୃହରେ ଇଙ୍ଗିତ କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୪ ଜଣ ଅସୁସ୍ଥ ଓ ୨ ଦୁଇ ଜଣଙ୍କର ମୃତ୍ୟୁ ପରେ ଏବେ ଏହାକୁ ନେଇ ତାତିଛି ରାଜ୍ୟ ରାଜନୀତି । ବାରମ୍ବାର ଗୃହରେ ଏନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି । ଅବକାରୀ ମନ୍ତ୍ରୀଙ୍କୁ ଏନେଇ ବିରୋଧୀ ସମାଲୋଚନା କରି ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି ।  ଯାହାପରେ ଏନେଇ ଆଜି ବଡ ବୟାନ ଦେଇଛନ୍ତି ଅବକାରୀ ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ରାଜ୍ୟରେ ସମସ୍ତ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ । ଏନେଇ ଅନେକ ବାଦବିବାଦ ଦେଖାଯାଇଛି । ଏହା ମହିଳାଙ୍କ ପାଇଁ ଅସ୍ବାସ୍ଥ୍ୟକର ଓ ଅସୁରକ୍ଷିତ ସ୍ଥାନ ହୋଇଥିବାରୁ କିଛି ଏମିତି ଶୁଣାଣି କରିଛନ୍ତି ମନ୍ତ୍ରୀ । ଏନେଇ ପରବର୍ତ୍ତୀ ସମୟରେ ସରକାର ଏକ ବିଧିବଦ୍ଧ ନୋଟିସ ଜାରି କରିବେ । ଏହାପରେ ପୂରା ବ୍ୟାନ ଉପରେ ନଜର ରହିବ । ଡ୍ୟାନ୍ସ ବାର ବ୍ୟାନ ଦ୍ବାରା ମଦ ଜନିତ ମାମଲା କେତେ କମୁଛି, ତାହା ଉପରେ ମଧ୍ୟ ତର୍ଜମା କରାଯିବ ।

ଏଥିସହିତ ସ୍କୁଲ, କଲେଜ ଓ ମନ୍ଦିର ପାଖରେ କିମ୍ବା ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ମଦ ଦୋକାନ ରହିବନି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ମଦ ଦୋକାନ ରହିବ । ଏଥିସହିତ ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Comments are closed.