ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିବସେନା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ଇସ୍ତଫା ଦେଇଥିବା ଜଣାପଡିଛି ।
କେନ୍ଦ୍ର ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିବା ଅରବିନ୍ଦ ଇସ୍ତଫା ଦେଇଥିବା ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହାପରେ ଶିବସେନା ବିଧିବଦ୍ଧଭାବେ ଆଜି ଏନଡିଏ ଛାଡ଼ିବାର ଘୋଷଣା ମଧ୍ୟ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାରତୀୟ ଜନତା ପାର୍ଟି ସ୍ପଷ୍ଟ ଭାବରେ ମନା କରିଦେବା ପରେ ରାଜ୍ୟପାଳ ଶିବସେନାକୁ ଆମନ୍ତ୍ରଣ କରିବାପରେ ଏହି ଗୁରୁତପୂର୍ଣ୍ଣ ଖବର ମିଳିଛି।
ସୂଚନାଯୋଗ୍ୟ , ୫୦-୫୦ ଫର୍ମୁଲାକୁ ନେଇ ମେଣ୍ଟ ସହଯୋଗୀ ଶିବସେନା ଅଡି ବସିବା ଏବଂ ରାଜପାଳଙ୍କ ନିମନ୍ତ୍ରଣ ପରେ ମଧ୍ୟ ସମର୍ଥନ ଦେବାର ପ୍ରତିଶ୍ରୁତି ନ ମିଳିବାପରେ ବିଜେପି ରାଜ୍ୟରେ ସରକାର ଗଢ଼ିବାକୁ ମନା କରିଛି।
ତେବେ କଂଗ୍ରେସ ଓ ଏନସିପିର ସମର୍ଥନରେ ଶିବସେନା ସରକାର ଗଠନ ଲାଗି ଜୋରଦାର ପ୍ରୟାସ ଆରମ୍ଭ କରିଥିବା ଖବର ଏବେ ଭାରତୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।
Comments are closed.