Latest Odisha News

BREAKING NEWS

ସାପକୁ ମାରି ମାଲିକର ପରିବାରକୁ ରକ୍ଷାକଲା ଆଉ ଏକ ପୋଷା କୁକୁର

ଜୟପୁର: ନଭେମ୍ବର ୪ ତାରିଖରେ ରାଜଧାନୀ ଉପକଣ୍ଠସ୍ଥ ଏକ ଗ୍ରାମରେ ନିଜ ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ ପୋଷକୁକୁର ଲାଡେନ ଏକ ବିଷାକ୍ତ ସାପକୁ ମାରି ନିଜର ପ୍ରାଣବଳି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଠିକ ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ ।

ମିଳିଥିବା ସୂଚନା ଅନୁସାରେ, ଜୟପୁର ସହରର ପାୱାର ହାଉସ କଲୋନୀର ଶଙ୍କର ପ୍ରସାଦ ତ୍ରିପାଠୀ ଏକ ବୁଲା କୁକୁରକୁ ପାଳି ରଖିଥିଲେ । ତେବେ ରବିବାର ଦିନ ୩ଟା ବେଳେ ଘର ମଧ୍ୟକୁ ଏକ ନାଗସାପ ପ୍ରବେଶ କରୁଥିବା ପୋଷା କୁକୁର ନଜରରେ ପଡିଥିଲା। ଏହାଦେଖି କୁକୁର ସାମ୍ନା ଦରଜା ପାଖକୁ ଦୌଡ଼ିଗଲା ଓ ସାପ ଲାଞ୍ଜକୁ କାମୁଡି ବାହାରକୁ ଘୋଷଡି ଆଣିଲା ।

କୁକୁରର ଭୁକିବା ଶବ୍ଦ ଶୁଣି ମାଲିକ ଏବଂ ପରିବାର ବର୍ଗ ଘଟଣାସ୍ଥଳକୁ ଦୌଡ଼ି ଆସି ଦେଖିଲେ ତାଙ୍କ ପୋଷାକୁକୁର ସାପ ସହ ମାଡ଼ଗୋଳ କରୁଥିବା ଦେଖିଥିଲେ ।

ଦୀର୍ଘ ୩୦ ମିନିଟର ସଂଘର୍ଷ ପରେ କୁକୁରଟି ସାପଟିକୁ ମାରି ଟିକଟିକ କରି ଦେଇଛି ।

” ଆମ ଜୀବନ ବଞ୍ଚାଇ ଥିବାରୁ ଏହି କୁକୁର ପାଖରେ ଆମେ ସର୍ବଦା ଋଣୀ ରହିବୁ” ବୋଲି କହିଛନ୍ତି ଏହାର ମାଲିକ ଶଙ୍କର ତ୍ରିପାଠୀ । ଆହୁରି ମଧ୍ୟ ସେ କହିଛନ୍ତି ଯେ, ସାପ ସହ ଲଢେଇରେ ତାଙ୍କ ପୋଷା କୁକୁରର କିଛି ବି କ୍ଷତି ହୋ ନାହିଁ ।

Leave A Reply

Your email address will not be published.