Latest Odisha News

BREAKING NEWS

ନା ଜେଲ ନା ଫାଶୀ… ପୁରାଣ କହୁଛି ମୃତ୍ୟୁ ପରେ ଦୁଷ୍କର୍ମକାରୀଙ୍କୁ ମିଳେ…..

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ନରହନ୍ତା ରାକ୍ଷସ ସଂଜୟ ଦୁଷ୍କର୍ମ କରି କିଲବିଲ କରି ମାରିଛି ସେଥିରେ ଏବେ ଦେଶର ବୁକୁ ଫାଟିପଡୁଛି । ଏହି ମାମଲାରେ ଦେଶବାସୀ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।

ତେବେ କ’ଣ ଆପଣ ଜାଣନ୍ତି, ଯୌନ ଶୋଷଣ କରିବା ତଥା ଦୁଷ୍କର୍ମ କରିବା ପୌରାଣିକ କଥା ବସ୍ତୁରେ କେତେ ବଡ ମହାପାପ । ଏଥିପାଇଁ ଦୁଷ୍କର୍ମକାରୀକୁ କି କି ଦଣ୍ଡ ଭୋଗିବାକୁ ପଡିଥାଏ ?

ତେବେ ଆମେ ଛୁଆବେଳୁ ଶୁଣିଆସୁଛେ, ସଭ୍ୟ ସମାଜରେ ବଳାତ୍କାର, ଦୁଷ୍କର୍ମ ଭଳି କାର୍ଯ୍ୟକୁ ମହାପାପ ମଣାଯାଏ । ଏକ ଏମିତି ପାପ ଯାହାର ପ୍ରାୟଶ୍ଚିତ ନାହିଁ । ଆଉ ମଣିଷ ଜନ୍ମରେ ଯାହା ଯାହା ପାପ କରିଥାଏ କିମ୍ବା ପୁଣ୍ୟ କରିଥାଏ ତାକୁ ସେହି ଅନୁଯାୟୀ ମୃତ୍ୟୁ ପରେ ଫଳ ମିଳିଥାଏ । ପୁଣ୍ୟ କଲେ ସ୍ବର୍ଗ ଆଉ ପାପ କଲେ ନର୍କ ଦଶା ଭୋଗିବାକୁ ପଡିଥାଏ । ତେଲ କଡେଇରେ ଛଣା ହୁଅନ୍ତି ପାପୀ । ମୃତ୍ୟୁ ପରେ ବି ତାଙ୍କ ଆତ୍ମାକୁ ଶାନ୍ତି ମିଳେନି । ଏମିତି ବହୁତ କିଛି ଆମ ଜେଜେମା ଓ ଜେଜେବାପାଙ୍କ ଠାରୁ ଶୁଣିଛେ । ପୌରାଣିକ କଥାବସ୍ତୁ ଅନୁଯାୟୀ ତ ଜଣେ ଦୁଷ୍କର୍ମକାରୀର ମୃତ୍ୟୁ ପରର ଜୀବନ ନର୍କ ଠାରୁ ବି ହୀନ । ମୃତ୍ୟୁ ପରେ ବି ତ୍ରାହି ନାହିଁ ।

ଏ ସବୁକୁ ନେଇ ଗରୁଡ ପୁରାଣ କହୁଛି:

ଗରୁଡ ପୁରାଣରେ ଦୁଷ୍କର୍ମକୁ ଘୋର ପାପ ମଣାଯାଏ । ଯେଉଁ ବ୍ୟକ୍ତି ଦୁଷ୍କର୍ମ କରିଥାଏ, ତାକୁ ମୃତ୍ୟୁ ପରେ ନର୍କରେ ସ୍ଥାନ ମିଳିବା ସହିତ ଅତ୍ୟନ୍ତ କଷ୍ଟଦାୟକ ଦଣ୍ଡ ଭୋଗିବାକୁ ପଡିଥାଏ । ଏଭଳି ପାପିଙ୍କ ପାଇଁ ଗରୁଡ ପୁରାଣରେ ବିଶେଷ ବର୍ଣ୍ଣନା କରାଯାଇଛି । କେବଳ ଶାରୀରିକ ନୁହେଁ ମାନସିକ ଓ ଆତ୍ମିକ ସ୍ତରରେ ମଧ୍ୟ ସେଭଳି ମନୁଷ୍ୟକୁ ପୂରା ତଡପେଇ ତଡପେଇ ମାରିବା ଉଚିତ୍ ବୋଲି କହୁଛି ଗରୁଡ ପୁରାଣ । ଏହାକୁ ନେଇ ଗରୁଡ ପୁରାଣର ଏକ ଶ୍ଲୋକ ରହିଛି:

                                                 ତାମ୍ରାୟାସି ସ୍ତ୍ରୀରୂପେଣ ସଂସକ୍ତୋ ୟସ୍ୟ ପାପବାନ୍|

                                                 ନରକେ ପଚ୍ୟତେ ଘୋରେ ୟାବଚ୍ଚନ୍ଦ୍ରଦିବାକରୌ||

ଏହାର ଅର୍ଥ “ଦୁଷ୍କର୍ମକାରୀ ବ୍ୟକ୍ତିଙ୍କ ଦଣ୍ଡ ଭୀଷଣ । ତାକୁ ତତଲା ଲୁହାର ସ୍ତ୍ରୀ ପ୍ରତିମା ସହ ଆଲିଙ୍ଗନ କରାଯିବ ଯାହା ଦ୍ବାରା ସେ ତାର ପ୍ରାଣ ହରାଇ ବସିବ । ତାହା ପିଣ୍ଡରୁ ବାହାରି ଥିବା ପ୍ରାଣ ସେବେ ପର୍ଯ୍ୟନ୍ତ ନର୍କଦଶା ଭୋଗୁଥିବ ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କର ଅସ୍ତିତ୍ବ ରହିଛି ।”

ମହାଭାରତରେ ଯୌନ ଶୋଷଣର ଦଣ୍ଡ: ନ ଚାବମନ୍ୟେତ କଦାଚିଦର୍ଥାନ୍ ଧର୍ମାର୍ଥାନ୍ କାମାନ୍ ନ ହରେନ ମୁଢଃ|

                                              ଧର୍ମେଣ ୟସ୍ୟୈବ ସପତ୍ନମିଚ୍ଛେଦ୍ବ୍ୟଭିଚାରିଣଂ ତଂ ନିହନ୍ୟାଚ୍ଚ ରାଜ୍ଞଃ|| (ମହାଭାରତ, ଶାନ୍ତି ପର୍ବ)

ଏହାର ଅର୍ଥ, “ବ୍ୟକ୍ତିକୁ ଧର୍ମ, ଅର୍ଥ ଏବଂ କାମର ଅପମାନ କେବେ ବି କରିବା ଉଚିତ୍ ନୁହେଁ । ଯେଉଁ ମୁର୍ଖ ବ୍ୟକ୍ତି ଧର୍ମର ବିପରୀତ କାର୍ଯ୍ୟ କରିଥାଏ ଏବଂ ବ୍ୟଭିଚାରରେ ଲିପ୍ତ ରହିଥାଏ, ତାକୁ ରାଜା ଦ୍ବାରା ଦଣ୍ଡିତ କରିବା ଉଚିତ୍ ।”

ସେହିଭଳି ଶିବ ପୁରାଣରେ: ୟୋ ହି ଧର୍ମଁ ପରିତ୍ୟଜ୍ୟ ଭଜତେ ବ୍ୟଭିଚାରିଣୀମ୍|

                               ସ ନରଃ ପତିତୋ ଲୋକେ ନରକେ ଚ ବିନା କିଲ୍ବିଷମ୍||

ଅର୍ଥ, “ଯେଉଁ ବ୍ୟକ୍ତି ଧର୍ମକୁ ତ୍ୟାଗ କରି ଅନୈତିକ ସଂପର୍କ ରଖେ କିମ୍ବା ବ୍ୟଭିଚାର କରେ, ସେ ଏହି ଲୋକରେ ପାପି ହୋଇଥାଏ ଓ ବିନା କିଛି ସନ୍ଦେହରେ ନର୍କ ଯନ୍ତ୍ରଣା ଭୋଗ କରେ ।”

ସେଭଳି ବ୍ୟକ୍ତିକୁ ତତଲା ଲୁହାର ପ୍ରତିମା ସହ ଆଲିଙ୍ଗନ କରାଯାଏ, ତତଲା ତେଲ କଡେଇରେ ପକାଯାଏ, ତତଲା ଲୁହାର ଶେଯ ଉପରେ ଶୁଆଯାଏ, ଦଣ୍ଡକାରଣ୍ୟ ବା କାଣ୍ଟା ପୂର୍ଣ୍ଣ ଜଙ୍ଗଲରେ ଦୌଡାଯାଏ, ନର୍କରେ ତାକୁ ପୋକମାନେ ଝୁଣି ଝୁଣି ଖାଆାନ୍ତି  । ଖାଲି ସେତିକି ନୁହେଁ କୌଣସି ଧାତୁକୁ ତରଳାଇ ତାକୁ ତତଲା ଅବସ୍ଥାରେ ହିଁ ପିଇବାକୁ ଦିଆଯାଏ ।

ଆଉ ନାରଦ ପୁରାଣରେ ଯେଉଁ ବ୍ୟକ୍ତି ଦୁଷ୍କର୍ମ କରେ ତାକୁ ଯମରାଜ ପାଖକୁ ନିଆଯାଏ, ଯେଉଁଠି ତାକୁ ଅନେକ କଷ୍ଟର ସାମ୍ନା କରିବାକୁ ପଡେ । ତାର ଆତ୍ମାକୁ ଲମ୍ବା ସମୟ ଧରି କଷ୍ଟ ଭୋଗ କରିବାକୁ ପଡେ । ଆଉ ଏତେ ସବୁ ପରେ ତାକୁ ଏକ ପୁନର୍ଜନ୍ମ ଦିଆାଯାଏ ଯାହାର ଜୀବନ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ପୂର୍ବ ଜୀବନର କଲା କର୍ମ ସେ ପର ଜୀବନରେ ବୋଇଥାଏ । ସାମାଜିକ, ମାନସିକ, ଶାରୀରିକ ସବୁ ଆଡୁ ତାର ଜୀବନରେ କଷ୍ଟ ଭରିଦିଆଯାଇଥାଏ । ଯେଭଳି ସେ ପୁଣି ମୃତ୍ୟୁ କୁ ଆମନ୍ତ୍ରଣ କରିବ । ହେଲେ ତାକୁ ମୃତ୍ୟୁ ମିଳିବ ନାହିଁ ।

Comments are closed.