Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର ନିର୍ବାଚନ: ବିଜେପି ପକ୍ଷରୁ ୨୯ ପ୍ରାର୍ଥୀଙ୍କ ନାଁ ଘୋଷଣା

ଶ୍ରୀନଗର: ଜମ୍ମୁ କାଶ୍ମୀରର ନିର୍ବାଚନ ପାଇଁ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୃତୀୟ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାଁ ରହିଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ ଜଣଙ୍କ ନାମ ଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀ ରହିଛନ୍ତି।

ଏପର୍ଯ୍ୟନ୍ତ ବିଜେପି ତିନୋଟି ତାଲିକାରେ ମୋଟ୍ ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ତେବେ ଜମ୍ମୁ କାଶ୍ମୀରରେ ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ। ଏଥିରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖ ରହିଛି।

Comments are closed.