Latest Odisha News

ସାଇବର ଠକଙ୍କ ଟାର୍ଗେଟରେ ଦେଶର ପ୍ରଧାନ ବିଚାରପତି, ଠକେଇ ପାଇଁ ପ୍ଲାନ…

ନୂଆଦିଲ୍ଲୀ: ହେଲୋ, ମୁଁ ସିଜେଆଇ। ମୁଁ କନଟପ୍ଲେସ୍ ରେ ଫସି ରହିଛି । ଆପଣ ମୋତେ କ୍ୟାବ୍ ପାଇଁ ୫୦୦ ଟଙ୍କା ପଠାଇପାରିବେ କି? କୋର୍ଟରେ ପହଞ୍ଚିବା ପରେ ଟଙ୍କା ଫେରାଇଦେବି। ଟଙ୍କା ଲୁଟ୍ ପାଇଁ ସାଇବର ଠକଙ୍କ ନୂଆ ତରିକା। ଦେଶର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନାଁରେ ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ।

ଖାଲି ସେତିକି ନୁହେଁ, ଏହି ମେସେଜର ଶେଷରେ ଆଇପ୍ୟାଡରୁ ମେସେଜ ଆସିଥିବା ଉଲ୍ଲେଖ ରହିଛି। ମେସେଜରେ ଏଭଳି ଲେଖି ଠକମାନେ ଟଙ୍କା ହଡପ ପାଇଁ ଯୋଜନା ବନାଇଥିଲେ ସାଇବର ଠକ। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏ ସମ୍ପର୍କିତ ଏକ ସ୍କ୍ରିନଶଟ୍‌ ବି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ଦେଶରେ ସାଇବର ଅପରାଧ ଦ୍ରୁତ ଗତିରେ ବଢିବାରେ ଲାଗିଛି।ବର୍ତ୍ତମାନ ଠକଙ୍କ ଟାର୍ଗେଟରେ ରହିଛନ୍ତି ହାଇପ୍ରୋଫାଇଲ ଲୋକ।

ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ସାଇବର ଠକେଇ ଅଭିଯୋଗ କରାଯାଇଛି। ଦିଲ୍ଲୀ ପୋଲିସର ସାଇବର ସେଲ ଏନେଇ ଏକ ମାମଲା ରୁଜୁ କରିଛି।

 

 

 

Comments are closed.